ତିର୍ତ୍ତୋଲ ଉପନିର୍ବାଚନ ପରେ ଭୋଟରଙ୍କୁ ଧନ୍ୟବାଦ ଜଣାଇଲା ବିଜେଡି ବିଧାୟକ I

ଜଗତସିଂହପୁର( 25/11/20 ): ଜଗତସିଂହପୁର 102 ତିର୍ତ୍ତୋଲ ଉପନିର୍ବାଚନ ଆସନରେ ବିଜେଡି ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ବହୁ ଭୋଟରେ ବିଜୟୀ ହେବା ପରେ ବୁଧବାର ଦିନ ତିର୍ତ୍ତୋଲରେ ଧନ୍ୟବାଦ ସଭା ଆୟୋଜନ କରାଯାଇଛି। ବିଜେଡି ତାର ଗଡ଼ ବିଜୟୀ କରିଥିବାରୁ ଆୟଜିତ ସଭାରେ ଦଳପକ୍ଷରୁ ଭୋଟରଙ୍କୁ ଉପସ୍ଥିତ ଦଳୀୟ ନେତା ଓ ପର୍ଯ୍ୟବେକ୍ଷକ ମାନେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ଭୋଟର ମାନଙ୍କୁ ଧନ୍ୟବାଦ ଦେବା ସହ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଥିବା ବିଶ୍ବାସ ଆଗାମି ଦିନରେ ବଜାୟ ରଖିବାକୁ ନିବେଦନ କରିଥିଲେ। ଉକ୍ତ ସଭା ରେ ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ତଥା ବିଧାୟକ ପ୍ରଶାନ୍ତ କମାର ମୁଦୁଲୀ ସଭାପତିତ୍ବ କରିଥିଲେ। ତିର୍ତ୍ତୋଲର ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲା ପର୍ଯ୍ୟବେକ୍ଷକ, ଦେବାଶିଷ ସାମନ୍ତରାୟ, ମହାକାଳପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆ, ବିଧାୟକ ପୁର୍ଣ୍ଣ ଚନ୍ଦ୍ର ସ୍ବାଇଁ ଓ ପାରାଦ୍ୱୀପ ର ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ , ବସନ୍ତ ବିଶ୍ୱାଳ, , ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ଜିଲ୍ଲାପରିଷଦ ସଭ୍ୟା ଲିପାଲି ରାଉଳ, ପ୍ରମୁଖ ଦଳୀୟ ନେତା ଏଥିରେ ଉପସ୍ଥିତ ଥିଲେ I

ଜଗତସିଂହପୁର ଜିଲ୍ଲାରୁ ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here