ଆଜି ଭାରତ ବନ୍ଦ ଡାକରା ଦେଲା କେନ୍ଦ୍ରିୟ ମିଳିତ ଶ୍ରମିକ ସଙ୍ଗଠନ ।

କେନ୍ଦ୍ରାପଡା: ଆଜି କେନ୍ଦ୍ରୀୟ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମ ଆଇନ ସଂଶୋଧନ, ନୂତନ କୃଷକ ବିରୋଧୀ ଆଇନ, ନୂତନ ବିଜୁଳି ଆଇନ, ଦ୍ରୁତ ଘରୋଇକରଣ, ନୂତନ ଶିକ୍ଷା ବିଲ ସମେତ ସମସ୍ତ ଜନ ବିରୋଧୀ ପଦକ୍ଷେପକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ଡାକରାରେ କେନ୍ଦ୍ରାପଡା ଜିଲ୍ଲାର ଶ୍ରମିକ ସଂଗଠନ ସିଆଇଟିୟୁ,ଏଆଇଟିୟୁସି,ଏଚଏମଏସ,ଆଇଏନଟିୟୁସି,ଏଆଇୟୁଟିୟୁସି,ଏଆଇସିସିଟିୟୁ ଏବଂ ଜାତୀୟ କଂଗ୍ରେସ ଆଦି ଦଳ ପକ୍ଷରୁ ମିଳିତ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ କରି କେନ୍ଦ୍ରାପଡା ବନ୍ଦ ଡାକରା ଦେଇଛନ୍ତି । ଏହି ଅବସରରେ ମିଳିତ ସଂଗଠନ ପକ୍ଷରୁ ସହରର ପୁରୁଣା ବସଷ୍ଟାଣ୍ଡ ନିକଟରୁ ପୃଥକ ପୃଥକ ଭାବେ ରାଲି ବା ଶୋଭାଯାତ୍ରା ବାହାରି ସହରର ଶେଷଭାଗରେ ଥିବା ତିନିମୁହାଣି ଟ୍ରାଫିକ୍ ଛକଠାରେ ଏକାଠି ହୋଇଥିଲେ । କେନ୍ଦ୍ର ସରକାରଙ୍କ ଏହି ଜନ ବିରୋଧୀ ଆଇନକୁ ପ୍ରତ୍ୟାହାର କରିବାକୁ ନେଇ ବିଭିନ୍ନ ସଂଗଠନର ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ । ଏହି ଡ଼ାକରାରେ ବ୍ୟାଙ୍କ,ରେଲୱେ,ବୀମା,ପ୍ରତିରକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀ ଏହି ଡ଼ାକରାରେ ସାମିଲ ହୋଇଥିଲେ । ଆଜିର ଏହି ଭାରତ ବନ୍ଦ ଡ଼ାକରାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇଥିଲା । ଏହି ବନ୍ଦ ପାଳନକୁ ନେଇ କେନ୍ଦ୍ରାପଡା ଜିଲ୍ଲାର ମୂଖ୍ୟ ସହର ସମେତ ସଦର ମହକୁମା ଠାରେ ମଧ୍ୟ ଦୋକାନ ବଜାର ଆଂଶିକ ବନ୍ଦ ରହିବା ସହିତ ଗାଡି ମୋଟର ମଧ୍ୟ ବନ୍ଦ ରହିଥିଲା ।ଏହି ଭାରତ ବନ୍ଦ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଗୟାଧର ଧଳ, କଂଗ୍ରେସର ଜିଲ୍ଲା ସଂମ୍ପାଦକ ମୁକ୍ତାର ଖାଁ ଓ ଏଆଇଟିୟୁସିର ହୀରାମଣି ରାଉତ, ଏଲିନା ସାମନ୍ତରାୟ, ପ୍ରଗତୀ ବାଳା ନାୟକ, ଏଆଇକେକେଏମଏସର ଗଣେଶ୍ୱର ମହାନ୍ତି ଏବଂ ମନୋଜ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଓ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଏହି ବନ୍ଦ୍ ଡାକରାକୁ ସଫଳ କରାଇବାରେ ସାହାଯ୍ୟ କରିଥିଲେ ।

କେନ୍ଦ୍ରାପଡାରୁ ଆମ ଜ଼ିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ,ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here