ଭୁବନେଶ୍ବର : ଚଳିତବର୍ଷ କରୋନା ମହାମାରୀ ପାଇଁ ସାରା ଦେଶରେ ପାଠପଢାରେ ବହୁତ ବ୍ୟାଘାତ ସୃଷ୍ଟି ହୋଇଛି। ଏ ନେଇ ଶିକ୍ଷାନୁଷ୍ଠାନ ଖୋଲିଲେ କରୋନା ସଂକ୍ରମଣ ଅଧିକ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ଆଜି କଲେଜ ଖୋଲିବାକୁ ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ଵତ ମିଶ୍ର ସ୍ପଷ୍ଟ କରିଛନ୍ତି।
ଶାଶ୍ଵତ ମିଶ୍ର କହିଛନ୍ତି ଯେ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଶିକ୍ଷାନୁଷ୍ଠାନ ଖୋଲିବା ମାସେ ବିଳମ୍ବ ମଧ୍ୟ ହୋଇପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ବର୍ଷକୁ ମଧ୍ୟ ଘୁଞ୍ଚାଯିବ। କିନ୍ତୁ ଶିକ୍ଷା ବର୍ଷ ବାତିଲ କରିବା କଥା ସାରା ଦେଶର ସରକାର ମିଶି ବିଚାର କରିବା କଥା। ଶିକ୍ଷା ବର୍ଷ ବାତିଲ ଏକ ବଡ ନିଷ୍ପତ୍ତି। ଏହା ଦ୍ଵାରା ଛାତ୍ରଛାତ୍ରୀଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିବ। ସେହିପରି କଲେଜ ଓ ହଷ୍ଟେଲ ଖୋଲିବା ପାଇଁ ରାଜ୍ୟ ସରକାର ସବୁ ଦିଗରୁ ବିଚାର କରି ନିଷ୍ପତ୍ତି ନେବେ।