ବେଗୁନିଆର ପୂର୍ବତନ ତହସିଲଦାର ନିଲମ୍ବିତ।

ଖୋର୍ଦ୍ଧା : ବେଗୁନିଆ ର ତତ୍କାଳୀନ ତହସିଲଦାର ବିବେକାନନ୍ଦ ପରିଡାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟ ରାଜସ୍ବ ବିଭାଗ ତାଙ୍କୁ ଆସନ୍ତା କାଲି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ବିବେକାନନ୍ଦ ପରିଡା ୨୦୧୮ ମସିହାରେ ବେଗୁନିଆର ତହସିଲଦାର ଭାବେ ଯୋଗ ଦେଇଥିଲେ। ତାଙ୍କରି ସମୟରେ ସାରୁଅରେ ଓଟିଭି ପକ୍ଷରୁ କେତେକ ଅନୁସୂଚିତ ଜାତି ଓ ଜନଜାତି ଠାରୁ ଜମି କିଣା ଯାଇଥିଲା। 

ସାରୁଅ ଜମି ଦୁର୍ନୀତି ସାମ୍ନାକୁ ଆସିଲା ପରେ ଏଥିରେ ତହସିଲଦାରଙ୍କ ସମ୍ପୃକ୍ତି ଥିବା ନେଇ ଜଣା ପଡିଥିଲା। ଏନେଇ ତହସିଲଦାରଙ୍କୁ ବାରମ୍ବାର ଜମି ଜାଲିଆତି ର ଅଭିଯୋଗ କରିଥିଲେ ହେଁ ସେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ସୂଚନାଯୋଗ୍ୟ ଯେ ବିବେକାନନ୍ଦ ପରିଡାଙ୍କ ଚଳିତ ଅକ୍ଟୋବର ୭ ତାରିଖରେ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡେପୁଟି ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା। ତେବେ ନିଲମ୍ବିତ ସମୟରେ ସେ ଉପଜିଲ୍ଲାପାଳଙ୍କ ତତ୍ତ୍ୱବଧାନରେ ରହିବେ ଓ ବିନା ସୂଚନାରେ ଜିଲ୍ଲା ବାହାରକୁ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Courtesy:utkalpratidin

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here