୧୨ ମାସ ସଂଘର୍ଷରେ ପଡିଲା ଯବନିକା : ଜଗାକୁ ଏକା କରି ଚାଲିଗଲା ବଳିଆ।

କଟକ : କନ୍ଧମାଳ ଫିରିଙ୍ଗିଆ ବ୍ଲକର ଭୂୟାଁ କହଁର ଓ ପୁଷ୍ପାଞ୍ଜଳିଙ୍କ ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କ ଦୁଇଟି ପର୍ଯ୍ୟାୟରେ ଦିଲ୍ଲୀ ଏମସ୍ ରେ ଅସ୍ତ୍ରୋପଚାର କରି ଅଲଗା କରାଯାଇଥିଲା। ଦିଲ୍ଲୀ ଏମସ୍ ରୁ ୨୦୧୯ ସେପ୍ଟେମ୍ବର ୬ ରେ ଟ୍ରେନରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଜଗା ବଳିଆଙ୍କୁ ଏସସିବିକୁ ଅଣାଯାଇଥିଲା। ଦୀର୍ଘ ୧୨ ମାସର ସଂଘର୍ଷର ପରେ ଶେଷରେ ଏସସିବିରେ ବୁଧବାର ରାତି ୯ ଟା ୧୦ ରେ ଯୋଡା ମୁଣ୍ଡ ଶିଶୁ ବଳିଆ। ଜଗାକୁ ଏକା କରି ବଳିଆ ଆରପାରିକୁ ଚାଲିଗଲା। ଦିଲ୍ଲୀ ଏମସ୍ ରୁ ଆସିବା ପରେ ଜଗା ପ୍ରାୟତଃ ସୁସ୍ଥ ରହିବା ସହ ୱାର୍ଡରେ ଖେଳାବୁଲା କରିଥିଲା। 

କିନ୍ତୁ ବଳିଆ ଆସିବା ଦିନ ଠାରୁ ଶୋଇ ରହିଥିଲା। ବାରମ୍ବାର ଜ୍ୱର, ବାତ ମାରିବା ସହ ଆସିବା ଦିନ ଠାରୁ ବଳିଆକୁ ନାଜାଲ ଫିଡିଙ୍ଗ ଦିଆଯାଉ ଥିଲା। ବିଭିନ୍ନ ସମୟରେ ବଳିଆକୁ ଭେଣ୍ଟିଲିଟର ରେ ରଖା ଯାଇଥିଲା। ବଳିଆର ମୃତ୍ୟୁ ପରେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସେପ୍ଟିସିମିଆ ଓ କାର୍ଡିଆକ ଆରେଷ୍ଟ ଯୋଗୁଁ ବଳିଆର ମୃତ୍ୟୁ ଘଟିଥିବା ଏସସିବି ଅଧ୍ୟକ୍ଷ ପ୍ରଫେସର ଲୁସି ଦାସ ସୂଚନା ଦେଇଛନ୍ତି। ତେବେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଏସସିବି ଯାଇ ବଳିଆର ବାପା ମା ଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here