ଅସୁସ୍ଥ ହାତୀ ଛୁଆର ମୃତ୍ୟୁ


ପାଲଲହଡା – ସୋମବାର ସକାଳେ ଦେବଗଡ଼ ବନଖଣ୍ଡ ଖମାର ବନାଞ୍ଚଳ ଅନ୍ତର୍ଗତ ରେଙ୍ଗାଳମୁଣ୍ଡା ଗ୍ରାମ ନିକଟ ଏକ ବିଲମାଳରୁ ଏକ ଅସୁସ୍ଥ ହାତୀ ଛୁଆକୁ ଖମାର ବନ ବିଭାଗ ଉଦ୍ଧାର କରିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଛୁଆ ହାତୀଟିର ମୃତ୍ୟୁ ହୋଇଛି ।ବନବିଭାଗ ସୂଚନା ଅନୁସାରେ ପାଟିରେ ସଂକ୍ରମଣ ଯୋଗୁଁ ହାତୀଟି ବହୁଦିନରୁ କିଛି ଖାଇ ପାରୁ ନଥିଲା । ଏହି କାରଣରୁ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିବାରୁ ଅସୁସ୍ଥ ଥିବା ବନ ବିଭାଗ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା I ତେବେ ଖମାର ବନବିଭାଗ ପକ୍ଷରୁ ଆହତ ହାତୀଟି ର ଚିକିତ୍ସା ଆରମ୍ଭ ହୋଇଥିବାବେଳେ ହାତୀଟିର ଅବସ୍ଥା ଗୁରୁତର ଥିଲା । ଦିନ ଗୋଟାଏ ସମୟ ରେ ଉକ୍ତ ହାତୀ ଛୁଆ ର ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ହୋଇ ଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here