ଗ୍ରାମ ସଭା ହେଲା ଜନ ଶୂନ୍ୟ : ଗ୍ରାମ ସଭା ରେ କେବଳ ରହିଲେ ପୋଲିଶ :

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ମାଳଦା ଗ୍ରାମ ପଂଚାୟତ ର କଲମଙ୍ଗ ଏବଂ ଘୋଡା ବୁଡ଼ୁଣି ଗ୍ରାମ ରେ ଥିବା ରୟତୀ ଜମି କୁ ଖଣି ଖାଦାନ ଏବଂ ସୁରକ୍ଷା ବଳୟ ଭାବରେ ଟାଟା ଷ୍ଟିଲ ବିଏସଏଲ ଲିମିଟେଡ଼ ବ୍ୟବହାର ନିମନ୍ତେ କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କର ତା ୧୫.୧୦.୨୦୨୦ ପତ୍ର ସଂଖ୍ୟା ୨୧୨୮ ଏବଂ ମାଳଦା ପଂଚାୟତ ର ସରପଞ୍ଚ ଙ୍କ ତା ୯.୧୧.୨୦୨୦ ପତ୍ର ସଂଖ୍ୟା ୭୮ ରେ ସରପଞ୍ଚ ଦିବାକର ନାଏକ ଙ୍କ ସଭାପତିତ୍ୱ ରେ ୨୩.୧୧.୨୦୨୦ ସୋମବାର ଦିନ ଏକ ଗ୍ରାମ ସଭା ମାଳଦା ପଂଚାୟତ ସମିତି କଲ୍ୟାଣ ମଣ୍ଡପ ଠାରେ ହେବା କୁ ସ୍ଥିର ହୋଇଥିଲା l କିନ୍ତୁ ଆଜି ଏହି ଗ୍ରାମ ସଭାକୁ ଉପରୋକ୍ତ ଗ୍ରାମ ଗୁଡ଼ିକରୁ କେହି ଜଣେ ହେଲେ ଗ୍ରାମ ବାସୀ ଏହି ସଭାକୁ ଆସି ନ ଥିଲେ l ଫଳରେ ମାଳଦା ସରପଞ୍ଚ ଦିବାକର ନାଏକ ଗ୍ରାମ ସଭା ଟି କୁ ସ୍ଥଗିତ କରା ହେଲା ବୋଲି ଘୋଷଣା କଲେ l ଯାହା ଜଣା ପଡୁଛି ଏହି ପ୍ରଶ୍ୱବର୍ତୀ ଗ୍ରାମ ବାସୀ ଏହି ରୟତୀ ଜମିକୁ ଟାଟା ଷ୍ଟିଲ ବି ଏସ ଏଲ ଲିମିଟେଡ଼ କମ୍ପାନୀ କୁ ହସ୍ତାନ୍ତର କୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି l ଆଉ ଗୋଟେ ବଡ଼ ବିଷୟ ଏହି ଗ୍ରାମ ସଭା ରେ ପ୍ରତିଫଳିତ ହୋଇ ଥିଲା ଯେ ଉକ୍ତ ଗ୍ରାମ ସଭା ହେବା କୁ ଥିବା କଲ୍ୟାଣ ମଣ୍ଡପ ଏବଂ ଏହାର ଆଖ ପାଖରେ ଗ୍ରାମ ର କେହି ଜଣେ ଲୋକ ନ ଥିଲେ ଅଂଚଳ ଟି କେଵଳ ପୋଲିସ ଛାଉଣୀ ହୋଇ ଥିବା ପରିଲିକ୍ଷିତ ହୋଇଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here