ମଣ୍ଡଳ ପ୍ରଶିକ୍ଷଣ ବର୍ଗର ଶୁଭ ଉଦ୍ଘାଟନ :

ଆଜି କୋଇଡ଼ା ମଣ୍ଡଳ ପ୍ରଶିକ୍ଷଣ ବର୍ଗ ର ଶୁଭ ଉଦଘାଟନ କୋଇଡ଼ା ସିତାରାମ ରୁଙ୍ଗଟା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି।
ଆନୁଷ୍ଠାନିକ ଭାବେ ଜିଲ୍ଲା ସଭାପତି ଅନିଲ କୁମାର ବାର୍ଲା ଜୀ ଦ୍ୱୀପ ପ୍ରଜ୍ଜ୍ୱଳନ କରି ଏହି ପ୍ରଶିକ୍ଷଣ ବର୍ଗ ର ଶୁଭାରମ୍ଭ କରିଥିଲେ।
ଏହି ପ୍ରଶିକ୍ଷଣ ବର୍ଗ ରେ ବିଷୟ ପ୍ରମୁଖ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାହାସ ବିହାରୀ ପ୍ରଧାନ ଜୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସେବତୀ ନାଏକ, ବରିଷ୍ଠ କାର୍ଯ୍ୟକର୍ତ୍ତା ଲୁଥାର ଓରାମ, ହେମନ୍ତ ସାହୁ, ବନ୍ଦିତା ମାହାନ୍ତ,ବାସୁଦେବ ସାହୁ, ଦିବ୍ୟମଞ୍ଜରୀ ଶେଖର ଦେଓ, ଚେତନ ଦୀପ୍ତ ନାୟକ,ରାଜେଶ ମାହାନ୍ତ ପ୍ରମୁଖ ଯୋଗ ଦେଇ କାର୍ଯ୍ୟ କର୍ତ୍ତା ଙ୍କୁ ପ୍ରଶିକ୍ଷଣ ଦେଉ ଛନ୍ତି।ଏହି ଦୁଇ ଦିନିଆ ପ୍ରଶିକ୍ଷଣ ବର୍ଗ ରେ ଆଜି ପ୍ରଥମ ଦିନ ଶତାଧିକ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଗ୍ରହଣ କରିଥିଲେ।ଏହି ବର୍ଗ ଟି କୋଭିଡ କଟକଣା ଅନୁପାଳନ ପୂର୍ବକ ଅନୁଷ୍ଠିତ ହେଉଛି।
ଏହି କାର୍ଯ୍ୟକ୍ରମ ବଣାଇଁ ସାଙ୍ଗଠନିକ ଜିଲ୍ଲାର ପ୍ରତ୍ୟକ ମଣ୍ଡଳ ରେ ଅନୁଷ୍ଠିତ ହେବ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here