ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୧୯ ତମ ଜୟନ୍ତୀ ପାଳିତ

ଅନୁଗୁଳ – ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧରିଙ୍କ ଧର୍ମପତ୍ନୀ ମାଳତୀ ଦେବୀଙ୍କ ପୋଷ୍ୟ ଗ୍ରାମ ପବଲାରେ ଜୟ ଦୁର୍ଗା ଫାଉଣ୍ଡେସନ ପକ୍ଷରୁ ନବକୃଷ୍ଣ ଚୌଧୁରିଙ୍କ ୧୧୯ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଅଛି । ସ୍ୱର୍ଗତଃ ନବକୃଷ୍ଣ ଚୌଧୁରି ଓଡିଶାରେ ନିଶା ନିବାରଣ ଆଇନ ,ମୌଳିକ ଶିକ୍ଷା ଓ କେମିତି ଖଜୁରୀ ରସ ତାଡି କୁ ବନ୍ଦ କରି ଖଜୁରୀ ରସରୁ ଖଜୁରୀ ଗୁଡ଼ ଓ ଖଜା କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ହେବ ସେ ନେଇ ଚେଷ୍ଟା କରିଥିଲେ । ଏହି ଭଳି ଜନନାୟକଙ୍କ ଚିନ୍ତାଧାରା ରେ ବର୍ତ୍ତମାନ ଯୁବ ପିଢ଼ି ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ରାଜ୍ୟ ତଥା ଦେଶ ଆଗକୁ ଯାଇ ପାରିବ ବୋଲି ଜନ୍ମ ଜୟନ୍ତୀ ଅବସରରେ ଆଲୋଚନା ହୋଇଥିଲା । ଏହି ଗ୍ରାମରେ ଥିବା ଅଧିବାସୀ ଓ ପିଲା ମାନକୁ ଶୀତ ବସ୍ତ୍ର ଓ ପିଲାଙ୍କ ପାଠ୍ୟ ଉପକରଣ ଫଉଣ୍ଡେସନ ତରଫରୁ ଯୋଗାଇ ଦିଆଯାଇଅଛି । ଏହି କାର୍ଯ୍ୟକ୍ରମରେ ଜୟ ଦୁର୍ଗା ଫାଉଣ୍ଡେସନର ଅଧକ୍ଷ ରଶ୍ମି ରଞ୍ଜନ ସାହୁ , ସମ୍ପାଦକ ଅବିନାଶ ପ୍ରଧାନ, ସତ୍ୟବ୍ରତ କର୍ଣ, ରାଜେଶ ବାରିକ ,ସନ୍ତୋଷ ନାୟକ, ସ୍ୱଦେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିଭଳି ନବକୃଷ୍ଣ ଚୌଧୁରୀ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ କଳାକେନ୍ଦ୍ରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୧୯ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧ୍ୟାପକ ବିଶ୍ୱ ରଞ୍ଜନ ପ୍ରଧାନ ମୁଖ୍ୟଅତିଥି , କଲ୍ୟାଣ କିଶୋର ମହାନ୍ତି ସମ୍ମାନିତ ଅତିଥି , ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର , ଆଦ୍ୟାଶ୍ଳୋକ ମିଶ୍ର ଉପସ୍ଥିତ ରହି ନବକୃଷ୍ଣ ଚୌଧୁରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ।ଅତିଥିମାନେ ନବକୃଷ୍ଣଙ୍କ ଜିବନ ଓ କାର୍ଯ୍ୟ କରିବାର ଆକାଂକ୍ଷା ଉପରେ ଆଲୋକପାତ କରିଥିଲେ । ବିଙ୍ଗ ରାୟଲ ଫାଉଣ୍ଡେସନ ଓ ସ୍ମୃତି କମିଟି ପକ୍ଷରୁ ଚଳିତ ବର୍ଷ ନବକୃଷ୍ଣ ଚୌଧୁରୀ ଶିକ୍ଷାବୃତ୍ତୀ ର ଆରମ୍ଭ କରାଯାଇଛି ।ଦଶମଶ୍ରେଣୀ ପରୀକ୍ଷାରେ ଅନୁଗୁଳ ଜିଲ୍ଲାରେ ଦିତୀୟ ହୋଇଥିବା ଛାତ୍ରୀ ଫାଲଗୁନି କଶ୍ୟପଙ୍କୁ ଚଳିତବର୍ଷ ଶିକ୍ଷାବୃତି ପ୍ରଦାନ କରାଯାଇଛି । ପୂର୍ବରୁ ଅନଲାଇନରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ନିରୋଦ କୁମାର ସାହୁ ସଭା ପରିଚାଳନା କରିଥିବାବେଳେ ସିତୁ ନାଏକ , ଦିବ୍ୟଜୋତି ସାହୁ ଭ୍ରହ୍ମଟିକା ପାଣି କିଶୋର ସତ ପଥି ବିଶ୍ଵଜିତ ବିଶ୍ୱାଳ ତଥା ସ୍ମୃତି କମିଟି ଓ ବିଙ୍ଗ ରୟଲ ଫୋଉଣ୍ଡେସନର କର୍ମକର୍ତ୍ତା ସହଯୋଗ କରିଥିଲେ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here