ନଭେମ୍ବର ୨୬ରେ ଭାରତ ବନ୍ଦ

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୨୬ରେ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦେଇଛି ୧୦ଟି ଟ୍ରେଡ ୟୁନିୟନ ବା ଶ୍ରମିକ ସଙ୍ଗଠନ। କେନ୍ଦ୍ର ସରକାରଙ୍କ ଅନେକ ନୀତିକୁ ବିରୋଧ କରିବା ପାଇଁ ଯଥାକ୍ରମେ ସରକାରୀ କ୍ଷେତ୍ରର ଘରୋଇକରଣ ତଥା କୃଷକ ବିରୋଧୀ ବିଲକୁ ରଦ୍ଦ କରିବା ପାଇଁ ଟ୍ରେଡ ୟୁନିୟନ ପକ୍ଷରୁ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି। 

ନଭେମ୍ବର ୨୫ ମଧ୍ୟରାତ୍ରରୁ ଆରମ୍ଭ ହେବାକୁ ଥିବା ଏହି ୨୪ ଘଣ୍ଟିଆ ପ୍ରତିବାଦ ବା ଧର୍ମଘଟରେ ପ୍ରାୟ ୧.୬ କୋଟି କର୍ମଚାରୀ ଯୋଗ ଦେବେ। ଦେଶବ୍ୟାପୀ ଏହି ଭାରତ ବନ୍ଦରେ କେବଳ ଅତ୍ୟାବଶ୍ୟକ ସେବା ଯୋଗାଇ ଦେଉଥିବା କ୍ଷେତ୍ର ବ୍ୟତୀତ ବୀମା, ବ୍ୟାଙ୍କିଙ୍ଗ, ରେଳବାଇ ଏବଂ ରାଜ୍ୟ ତଥା କେନ୍ଦ୍ର ସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ସଙ୍ଗଠନ ଯୋଗ ଦେବେ। 

ସୂଚନାନୁଯାୟୀ, ବିଜେପି ପରିଚାଳନାଧିନ ଭାରତ ମଜଦୁର ସଂଗଠନ ବା ବିଏମ୍ଏସ୍ ଏହି ଧର୍ମଘଟରେ ଭାଗ ନେବ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛି। ଭାରତ ବନ୍ଦ ପାଇଁ ଡାକରା ଦେଇଥିବା ପ୍ରମୁଖ ଶ୍ରମିକ ସଙ୍ଗଠନ ଗୁଡିକ ହେଲେ : ଅଲ ଇଣ୍ଡିଆ ଟ୍ରେଡ ୟୁନିୟନ କଂଗ୍ରେସ, ଅଲ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଅଫ ଟ୍ରେଡ ୟୁନିୟନ, ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନ, ଅଲ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିୟନ ସେଣ୍ଟର ପ୍ରମୁଖ ଦାବି ପୂରଣ ପାଇଁ ଏହି ବନ୍ଦ ଡାକରା ଦେଇଛନ୍ତି।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here