ସ୍ୱତନ୍ତ୍ର ଏୟାର ଇଣ୍ଡିଆ ୱାନ ବିମାନରେ ରାଷ୍ଟ୍ରପତିଙ୍କ ପାଞ୍ଚ ଘଣ୍ଟିଆ ଆଧ୍ୟାତ୍ମିକ ଯାତ୍ରା

ନୂଆଦିଲ୍ଲୀ : ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଆମେରିକାଠାରୁ ଭାରତ କିଣିଥିବା ସ୍ୱତନ୍ତ୍ର ଏୟାର ଇଣ୍ଡିଆ ୱାନ ବିମାନ ବୋଇଙ୍ଗ ୭୭୭ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ସ୍ୱତନ୍ତ୍ର ବିମାନକୁ ଉଦଘାଟନ କରିବା ପରେ ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ଏହି ବିମାନରେ ବସି ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି। 

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦମ୍ପତ୍ତି ଆଜି ପାଞ୍ଚ ଘଣ୍ଟିଆ ଆଧ୍ୟାତ୍ମିକ ଯାତ୍ରାରେ ତିରୁପତି ଯାଇଛନ୍ତି। ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ଚେନ୍ନାଇର ରେନିଗୁଣ୍ଟା ବିମାନବନ୍ଦରରେ ପହଞ୍ଚି ତିରୁପତିଠାରେ ଦେବୀ ପଦ୍ମାବତୀଙ୍କ ଦର୍ଶନ କରିବା ପରେ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ପରିଦର୍ଶନ କରିବା ସହ ତିରୁମାଲାର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ପ୍ରାଚୀନ ପାହାଡରେ ପୂଜାର୍ଚ୍ଚନା କରିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅଧିକାରୀଙ୍କ କୋଭିଡ ଟେଷ୍ଟ କରାଯାଇଛି।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here