ଆରପାରିରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ଆଜି ଦେହାନ୍ତ ହୋଇଛନ୍ତି। ସେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ବେଶ କିଛି ଦିନ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୭୧ ବର୍ଷୀୟ ଅହମଦ ପଟେଲ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ତାଙ୍କ ପୁଅ ଫୈଜଲ ଟ୍ୱିଟ ଯୋଗେ ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଜି ଭୋର ୩.୩୦ରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଅହମଦ ପଟେଲଙ୍କ ଦେହାନ୍ତ ହୋଇଛି। ମଲ୍ଟି ଅରଗାନ ଫେଲ୍‌ ଯୋଗୁ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

ଅକ୍ଟୋବର ୧ରେ ଶ୍ରୀ ପଟେଲ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କରୋନାରୁ ଆକ୍ରାନ୍ତ ହେବା ପରେ ତାଙ୍କ ଏକାଧିକ ଅଙ୍ଗ ପ୍ରତ୍ୟେଙ୍ଗ ଅକାମୀ ହୋଇ ଯାଇଥିଲା। ଏହି କାରଣରୁ ସେ ନଭେମ୍ବର ୧୫ରୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିତଟାଲର ଭେଣ୍ଟିଲେଟରରେ ମଧ୍ୟ ରହିଥିଲେ।

ଗୁଜୁରାଟର ଭାରୁଚ ଜିଲ୍ଲାର ଅଙ୍କଲେଶ୍ୱରରେ ଜନ୍ମ ହୋଇଥିବା ପଟେଲ ତିନିଥର ଲୋକସଭା ସାଂସଦ ଏବଂ ପାଞ୍ଚ ଥର ରାଜ୍ୟସଭା ସାଂସଦ ଥିଲେ  । ପଟେଲ 1977 ମସିହାରେ ଭାରୁଚରୁ ତାଙ୍କର ପ୍ରଥମ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି 62,879 ଭୋଟରେ ଜିତିଥିଲେ।  1980 ରେ ସେ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଏଥର 82,844 ଭୋଟରେ ଜିତିଥିଲେ  ।  1984 ର ତୃତୀୟ ଲୋକସଭା ନିର୍ବାଚନରେ ​​ସେ 1,23,069 ଭୋଟରେ ଜିତିଥିଲେ । ଅହମ୍ମଦ 1993 ରୁ ରାଜ୍ୟସଭା ସାଂସଦ ଥିଲେ ଏବଂ 2001 ମସିହାରୁ ସୋନିଆ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ମଧ୍ୟ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here