ବିଭିନ୍ନ ସମସ୍ୟାକୁ ନେଇ ତାର ସମାଧାନ ହୋଇଛି ପୈ।ରାଞ୍ଚଳରେ :

ଖାଲି ସମସ୍ୟା କହିଲେ ହେବ ନାହିଁ, ସମସ୍ୟା ର ସମାଧାନ ପାଇଁ ମଧ୍ୟ ଚେଷ୍ଟା କରାଯାଇଛି,
୧)ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିଷାନ ଦେଇଥିବା ଅର୍ଥ ରେ ଏକ କମ୍ୟୁନିଟି ସେଣ୍ଟର ୱାର୍ଡ ନମ୍ବର ୧୦ ରେ ଲୋକାର୍ପଣ କରାଯାଇଥିଲା । ମଙ୍ଗଳା କିଷାନଙ୍କର ନିର୍ଦ୍ଦେଶରେ ମନ୍ଦରିଆ ପୁଲିଆ ଟୋଲିର ସବୁଠାରୁ ବୟସ୍କ ମାଆଙ୍କ ହାତରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।
୨) ତିଲେଇମୁଣ୍ଡା କରଞ୍ଜିଢ଼ିପା ନଦୀରେ ବ୍ରିଜ ନିର୍ମାଣ କରିବା ପାଇଁ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପିୟୁସ ଲୋହାରଙ୍କୁ ଗାଁ ଲୋକେ ଅନୁରୋଧ କରିଥିଲେ । ଆଜି ଯନ୍ତ୍ରୀ ଶ୍ରୀ ତପନ କୁମାର ନାୟକ ଉପସ୍ଥିତ ରହି ସରଜମିନ ତଦନ୍ତ କଲେ, ପ୍ରାୟ ଏକ କୋଟି ଟଙ୍କାରେ ଏହି ସ୍ଥାନରେ ବ୍ରିଜ ନିର୍ମାଣ କରାଯିବ ।
୩) ଯାତ୍ରା ପଡା ଠାରୁ ଫରସା ଢ଼ିପା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କଲେ ।
୪) ଫରସା ଢ଼ିପା ନଦୀରେ କଲଭଟ ନିର୍ମାଣ ସହିତ ପିଅନ ଟୋଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପଦକ୍ଷେପ ଗ୍ରହଣ କଲେ ।
୫) ଗ୍ରୀନ ଫିଲଡ ଷ୍ଟ୍ରିଟ ଲାଇଟ ପ୍ରକଳ୍ପରେ ୱାର୍ଡ ନମ୍ବର ୧୩ ଅନ୍ତର୍ଗତ ବାରୁପଡା ,ମହୁଲ ଟୋଲି , ପାଲଙ୍ଗ କ୍ଷେତ, ଓ ୱାର୍ଡ ନମ୍ବର ୧୦ ଅନ୍ତର୍ଗତ ତିଲେଇମୁଣ୍ଡା , ନୂଆଗାଁ, ମନ୍ଦରିଆ, ପିଅନ ଟୋଲି ,ଯାତ୍ରାପଡା,ହିଂଜା ଟୋଲି ଅଞ୍ଚଳର ଲୋକଙ୍କ ସହ ଆଲୋଚନା କଲୁ, ଯେଉଁ ସ୍ଥାନରେ ଆହୁରି ଲାଇଟର ଆବଶ୍ୟକ, ତାହା ମଧ୍ୟ ମଙ୍ଗଳା ବାବୁ ସହ ଆଲୋଚନା କରି ପୂରଣ କରାଯିବ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here