ପରିତ୍ୟକ୍ତ କୋଠାଘରୁ ମିଳିଲା ନର କଙ୍କାଳ

ଜଗତସିଂହପୁର -୨୨/୧୧-ଏରସମା ଥାନା ନୂଆଢି ପଞ୍ଚାୟତ କିଆଡିଙ୍ଗ୍ରି(ବ୍ରାହ୍ମଣ ସାହି)ଗ୍ରାମର ସରୋଜ ମିଶ୍ରଙ୍କ ପରିତ୍ୟକ୍ତ କୋଠାଘରେ ଏକ ନର କଙ୍କାଳ ପଡିଥିବାର ଦେଖିବାକୁ ମିଳିଛି । ଶ୍ରୀ ମିଶ୍ରଙ୍କ ଏହି ଦୁଇ ମହଲା କୋଠାଘରେ ଦୀର୍ଘ ଦିନ ହେବ କେହି ରହୁନାହାନ୍ତି। ସେ କଟକରେ ରୁହନ୍ତି । କୌଣସି କାମରେ ଗ୍ରାମକୁ ଶନିବାର ଦିନ ଆସି ଦେଖନ୍ତି ପୁରୁଣା କୋଠାଘରେ ଏକ ନର କଙ୍କାଳ ପଡିଛି। ସେ କାଳବିଳମ୍ବ ନକରି ଏ ସଂପର୍କରେ ଏରସମା ଥାନାକୁ ଲିଖିତ ଅଭିଯୋଗ ଜଣାଇଦେଲେ। ଆଜି ସକାଳେ ଥାନା ଆଇଆଇସି ପ୍ରଶାନ୍ତ କୁମାର ମାଝୀ ବ୍ରାହ୍ମଣ ସାହି ଗ୍ରାମରେ ପହଞ୍ଚି ଅନୁସଂଧାନ ଚଳାଇଛନ୍ତି । କଙ୍କାଳ କାହାର।କିପରି ଏଠାକୁ ଆସିଲା। କେହି ଆପଣା ଛାଏଁ ଏଠାକୁ ଆସି ଆତ୍ମହତ୍ୟା କରିଛି ନା କେହି ତାକୁ ଏଠାରେ ମାରି ଫୋପାଡି ଦେଇଛି,ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରୋଜ ମିଶ୍ରଙ୍କ ପରିତ୍ୟକ୍ତ କୋଠାଘରେ କଙ୍କାଳ ପଡିଥିବା ଖବର ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି । ତେବେ ଦୁଇ ମାସ ତଳେ ବାଇଳୋ ଗ୍ରାମର ଶଙ୍କର ସ୍ବାଇଁ ନାମରେ ଜଣେ ୬୬ ବର୍ଷର ଲୋକ ନିଖୋଜ ଥିବା ତିର୍ତୋଲ ଥାନାରେ ଏକ ମାମଲା ଋଜୁ ହୋଇଥିଲା । ଶଙ୍କର ସ୍ବାଇଁର ଏହି କଙ୍କାଳ ହୋଇଥାଇପାରେ ଏନେଇ ଅଧିକ ଅନୁସଂଧାନ ଲାଗି ତିର୍ତୋଲ ଆଇଆଇସି କୃଷ୍ଣ ପ୍ରସାଦ ମିଶ୍ର ନିଜର ପୋଲିସ ଷ୍ଟାଫଙ୍କ ସହ ସେଠାରେ ପହଞ୍ଚିଥିଲେ । ନିରୁଦିଷ୍ଟ ଶଙ୍କର ଘରୁ ଆସିବା ବେଳେ ଏକ ଗାମୁଛା ପିନ୍ଧି ଚାଦରଟିଏ ଘୋଡି ହୋଇଥିଲା । ଯେଉଁ ରଙ୍ଗର ଥିଲା ଠିକ୍ ସେହି ଏକା ରଙ୍ଗର ଏକ ଗାମୁଛା ଓ ଚାଦର କଙ୍କାଳ ପାଖରେ ପଡିରହିଛି । ପରିବାର ଲୋକେ ଖବର ପାଇ ସେଠାରେ ପହଞ୍ଚିଥିଲେ ମଧ୍ୟ କଙ୍କାଳ କୁ ପୋଲିସ ଦେଇନଥିଲା । ଏହା ବାଇଳୋ ଶଙ୍କର ସ୍ବାଇଁ ର କି ଆଉ କାହାର ଡିଏନଏ ଟେଷ୍ଟ,ପୋଷ୍ଟ ମର୍ଟମ ଓ ସାଇଣ୍ଟିଫିକ ରିପୋର୍ଟରୁ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।

ଜଗତସିଂହପୁର ଜ଼ିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here