ହନୁମାନ ମନ୍ଦିର କମିଟି ପକ୍ଷରୁ କମ୍ବଳ ବଣ୍ଟନ ସହ ସ୍ବାସ୍ଥ୍ୟ ସେବା ଶିବିରର ଆୟୋଜନ :

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକର ଫୁଲଝର ପଞ୍ଚାୟେତ ଅନ୍ତର୍ଗତ କେଉଁଝର ସୀମାରେ ଅବସ୍ଥିତ ବଣ ପାହାଡ ଘେରା ସସ ମେଲାଣି ଗ୍ରାମରେ ବଣାଇ ବସଷ୍ଟାଣ୍ଡ ସ୍ଥିତ ହନୁମାନ ମନ୍ଦିର କମିଟି ଆନୁକୂଲ୍ୟରେ କମ୍ବଳ ବଣ୍ଟନ ସହିତ ଏକ ସ୍ବାସ୍ଥ୍ୟ ସେବା ଶିବିରର ଆୟୋଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ବୃଦ୍ଧ ବୃଦ୍ଧା ଓ ମାଁ ଭଉଣୀ ମାନଙ୍କୁ କମ୍ବଳ ବିତରଣ କରାଯାଇଥିଲା । ଉକ୍ତ ଶିବିରରେ ସମସ୍ତିଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଏଭଳି ଏକ ଅଭିନବ ପ୍ରୟାସ ସକାସେ ହନୁମାନ ମନ୍ଦିର କମିଟିର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇବା ସହ ସେବା ଓ ସମର୍ପଣ ହିଁ ମଣିଷ ଜନ୍ମକୁ ସାର୍ଥକ କରିବାର ଶ୍ରେଷ୍ଠମାର୍ଗ ବୋଲି ଅଭିହିତ କରାଯାଇଥିଲା । ତତ ସହିତ ଏଭଳି ସାମାଜିକ ପ୍ରତି ବଦ୍ଧତା ଓ ସମ୍ବେଦନଶୀଳତାକୁ ନେଇ ଆହୁରି ଆଗକୁ ଅଗ୍ରସର ହେବାକୁ କମିଟିର କର୍ମକର୍ତ୍ତାଙ୍କୁ ଆହ୍ବାନ କରାଯାଇଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here