ଯୁବକଙ୍କୁ ମରଣାନ୍ତକ ଆକ୍ରମଣ :

ରାଉରକେଲା ଷ୍ଟେସନ ଅଞ୍ଚଳରେ ଜନୈକ ଯୁବକଙ୍କୁ କିଛି ଦୃର୍ବୃତ୍ତ ମରଣାନ୍ତକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକ ଜଣକ ହେଲେ ଅମୀର ଖାଁ। ଯାହାଙ୍କୁ ଗୁରୁତର ଅବସ୍ଥାରେ ପ୍ଲାଣ୍ଟସାଇଟ ପୋଲିଶ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି।
ମଧ୍ୟପ୍ରଦେଶରୁ ଅମୀର କୌଣସି କାମରେ ଆସି ଷ୍ଟେସନ ନିକଟ ହୋଟେଲ ସ୍ୱସ୍ତିକରେ ରହୁଥିଲେ। ରାତିରେ କିଛି ଦୃବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ତାକୁ ହୋଟେଲ ସମ୍ମୁଖରେ ଆକ୍ରମଣ କରିଥିଲେ।
ଅଚେତ ହୋଇ ଯୁବକ ଜଣକ ହୋଟେଲ ସମ୍ମୁଖରେ ପଡ଼ିଥିଲେ। ପ୍ଲାଣ୍ଟସାଇଟ ପୋଲିଶ ପହଞ୍ଚି ଆହତ ଯୁବକଙ୍କୁ ହସ୍ପିଟାଲରେ ପହଞ୍ଚାଇବା ସହିତ ତଦନ୍ତ କରୁଛନ୍ତି। ତେବେ ଆକ୍ରମଣର କାରଣ ଜଣା ପଡ଼ିନାହିଁ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here