ଯୁବ ସାମ୍ବାଦିକ ଭିକାରୀ ଚରଣ ରାଉତଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା :୨୨/୧୧/୨୦୨୦: ଆଜି କେନ୍ଦ୍ରାପଡା ରିଡିଂଗ୍ ରୁମ୍ ପରିସର ମଧ୍ୟରେ ସଂଘର୍ଷ ନିଉଜର ଜିଲ୍ଲା ପ୍ରତିନିଧି ଏବଂ ଏକ ଉଦିୟ ମାନ ଯୁବ ସାମ୍ବାଦିକ ସ୍ୱର୍ଗତ ଭିକାରୀ ଚରଣ ରାଉତଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଗତ ରବିବାର ଦିନ ପୂର୍ବାହ୍ନ ୧୧ଟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସ୍ୱର୍ଗତ ଭିକାରୀ ଚରଣ ରାଉତଙ୍କ ଅମର ଆତ୍ମା ଉଦ୍ଧେଶ୍ୟରେ ଏକ ଶ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି । ଏଥିରେ ବରିଷ୍ଠ ସାମ୍ବାଦିକ ପରେଶ କୁମାର ଦାସ,ସମ୍ବାଦିକ ଆଶିଶ୍ ସେନାପତି ଏବଂ ସାମ୍ବାଦିକ ସୋମନାଥ ସାହୁଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାନ୍ତି ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଅମରବର ବିଶ୍ୱାଳ ଓ ଜିଲ୍ଲା ଦଳିତ ସଭାପତି ନଗେନ୍ ଜେନା ପ୍ରମୁଖ ସ୍ୱର୍ଗତ ରାଉତଙ୍କ ଅମାୟିକ ବ୍ୟକ୍ତିତ୍ୱ, ନିଷ୍ଠାପର ତଥା ନିର୍ଭୀକ ସାମ୍ବାଦିକତା ବିଷୟରେ ଆଲୋକପାତ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ସଭାରେ ସାମ୍ବାଦିକ ଅଜୟ ଦାସ, ସୁନୀଲ ମହାପାତ୍ର,ପ୍ରସନ ଧଳ,ପ୍ରଫୁଲ୍ଲ ସାହୁ,ମାତୃଦତ ମହାନ୍ତିଙ୍କ ସମେତ ବହୁ ସାମ୍ବାଦିକ,ସମାଜସେବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ରାଉତଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ନୀରବ ପ୍ରାର୍ଥନା କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ- ସଂଘର୍ଷ ନ୍ୟୁଜର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଥିବା ସ୍ୱର୍ଗତ ଭିକାରୀ ଚରଣ ରାଉତଙ୍କ ଗତ ୧୮ ନଭେମ୍ବରରେ ଅକାଳ ମୃତ୍ୟୁବରଣ ହୋଇଥିବାରୁ । ତାଙ୍କ ଅବର୍ତମାନରେ ତାଙ୍କ ପରିବାରକୁ ଭଗବାନ ସହାୟ ହେବାକୁ ସମସ୍ତେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି I

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here