ନେହୁରଙ୍କ ବ୍ୟକ୍ତିଗତ ଡାକ୍ତର ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧନା।

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ବଳଗଣ୍ଡି ଛକ ନିକଟରେ କ୍ଲିନିକ୍ କରି ରୋଗୀମାନଙ୍କୁ ଦୀର୍ଘ ୪ ଦଶନ୍ଧି ଧରି ସେବା ଓ ଚିତ୍ସା ଯୋଗାଇ ଆସୁଥିବା ୯୪ ବର୍ଷିଆ ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ବିଶିଷ୍ଟ ସମାଜସେବୀ ଓ ଓଡ଼ିଆ ଚଳଚ୍ଚିତ୍ର ପ୍ରଡୁସର ମାନସ କୁମାର ସାହୁ,ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, ବିଜ୍ଞାନ ଶିକ୍ଷକ ପାର୍ଥ ସାରଥୀ ବେହେରା ପ୍ରମୁଖ ତାଙ୍କ ବାସଭବନରେ ତାଙ୍କୁ ଭେଟିବା ସହିତ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲାର ଗର୍ବ ଆଉ ଗୌରବ ଏବଂ ବେଷ୍ଟ ଡାକ୍ତର ଆକ୍ଷା ପ୍ରଦାନ କରିଥିଲେ । ଡକ୍ଟର ଶ୍ରୀଯୁକ୍ତ ଦାସ ମଧ୍ୟ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଜବାହାର ଲାଲ୍ ନେହୁର ଯେତେବେଳେ ଓଡିଶା ଗ୍ରସ୍ତରେ ଥିଲେ । ସେତେବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସେ ତାଙ୍କ କଡେକଡେ ରହି ସେବା ଯୋଗାଇ ଦେଇଥିଲେ । ଆହୁରି ମଧ୍ୟ ସେ ଭାରତୀୟ ସେନା ବାହିନୀରେ ୫ବର୍ଷ ଜୱାନ ମାନଙ୍କୁ ଚିକିତ୍ସା ଯୋଗାଇ ଦେଇଥିଲେ । ସେବା କ୍ଷେତ୍ରରେ ତାଙ୍କର ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା ଆଉ କର୍ତ୍ତର୍ବ୍ୟ ପରାୟଣତା ତାଙ୍କୁ ଆଜି ବହୁ ଉପରକୁ ନେଇ ପାରିଥିଲା । ଆମ ରାଜ୍ୟ ଓଡିଶାର ତତ୍କାଳୀନ ଦୁଇ ଦୁଇ ଜଣ ଗଭର୍ଣ୍ଣରଙ୍କର ମଧ୍ୟ ସେ ବ୍ୟକ୍ତିଗତ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ । ବିନା ପାରିଶ୍ରମିକରେ ଏବଂ ମୂଲ୍ୟରେ ସେ ଜଣେ ତାଙ୍କ ଜୀବନ କାଳ ମଧ୍ୟରେ ହଜାର ହଜାର ରୋଗୀ ମାନଙ୍କୁ ଅକୁଣ୍ଠିତ ଚିତରେ ଚିକିତ୍ସା କରିଥିଲେ । କେନ୍ଦ୍ରାପଡା ଜିଲ୍ଲାପାଇଁ ତାଙ୍କର ଅବଦାନ ଓ ବଳିଦାନ ନିଶ୍ଚିନ୍ତ ଭାବେ ଯୁଗ ଯୁଗ ପାଇଁ ଅବିସ୍ମରଣୀୟ ହୋଇ ରହିବ । ପ୍ରଭୁ ଶ୍ରୀ ଶ୍ରୀ ଶିଦ୍ଧ ବଳଦେବଜୀଉଙ୍କ ନିକଟରେ ତାଙ୍କର ଆସ୍ୟୁ ଆରୋଗ୍ୟ କାମନା କରୁଛୁ । ପ୍ରଭୁ ବଳଦେବଜୀଉଙ୍କ ତଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ସମ୍ବର୍ଦ୍ଧନା କାରୀମାନେ ମତବ୍ୟକ୍ତ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here