ଜିଲ୍ଲାପାଳଙ୍କ ବିଭିନ୍ନ ସ୍କୁଲ ପରିଦର୍ଶନ, ଶୈକ୍ଷିକ ବାତାବରଣ ଓ ଆନୁଷଙ୍ଗିକ ବ୍ୟବସ୍ଥା ସମୀକ୍ଷା, ଖେଳପଡିଆ ଉପରେ ଗୁରୁତ୍ବ

ପୁରୀ- ତା. ୨୨.୧୧.୨୦୨୦- ପୁ୍ରୀରେ ଉଚ୍ଚବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ଶିକ୍ଷା ଓ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ସଂପର୍କରେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ସମୀକ୍ଷା କରିଛନ୍ତି । ଏହି ମର୍ମରେ ଜିଲ୍ଲାପାଳ ଆଜି ଜିଲ୍ଲାସ୍କୁଲ, ବିଶ୍ବମ୍ଭର ବିଦ୍ୟାପୀଠ, ସରାକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଭୋଳାନାଥ ବିଦ୍ୟାପୀଠ ଓ ବଳଗଣ୍ଡି ହାଇସ୍କୁଲ ପରିଦର୍ଶନ କରିଛନ୍ତି । ସ୍କୁଲ ଗୁଡିକରେ ଶ୍ରେଣୀଗୃହ, ଖେଳପଡିଆ, ପାଠାଗାର, ପରୀକ୍ଷାଗାର ସଂପର୍କରେ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ଓ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ବିକାଶ ନିମନ୍ତେ ଖେଳପଡିଆ ଉନ୍ନତିକରଣ ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି ।ଖେଳପଡିଆରେ ଯେପରି ପାଣି ନଜମେ ଏଥିପାଇଁ ମାଟିପକାଇ ସମତୁଲ କରିବାକୁ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଫୁଟବଲ, ଭଲିବଲ କୋର୍ଟ, ଜିମ, ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଚାଲିବା ରାସ୍ତା, ଆଲୋକୀକରଣ ବ୍ୟବସ୍ଥା କରାଯିବ । ବହୁଦିନ ବ୍ୟବଧାନ କାରଣରୁ ସ୍କୁଲ ଖୋଲିବା ସମୟରେ ପିଲାମାନଙ୍କ ମନରେ ସକରାତ୍ମକ ଭାବନା ଆଣିବା ନିମନ୍ତେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଅନାଧିକାର ପ୍ରବେଶ ଏବଂ ଅସାମାଜିକ କାର୍ଯ୍ୟକଳାପ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଜିଲ୍ଲାସ୍କୁଲ ପାଚେରୀ ନିର୍ମାଣ ମରାମତି କରାଯିବା ସହ ଅବରୋଧ ହଟାଯିବ । ସରାକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଆହୁରି ୪୦୦ ସାଇକେଲ ରଖିବା ବ୍ୟବସ୍ଥା, ବିଶ୍ବମ୍ଭର ବିଦ୍ୟାପୀଠରେ ୩୦ ଶୌଚାଳୟ କାମ ଆସନ୍ତା ଡିସେମ୍ବର ସୁଦ୍ଧା ଏବଂ ଖେଳପଡିଆ ଉନ୍ନୟନ କାମ ଆସନ୍ତା ଜାନୁୟାରୀ ୨୬ ସୁଦ୍ଧା କାମ ଶେଷ ହେବ । ବିଦ୍ୟାଳୟର ଉନ୍ନୟନ ନିମନ୍ତେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରି ମତାମତ ନେଇଥିଲେ । ଏହି ଅବସରରେ ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here