ଡାବୁଗାଁ ବ୍ଲକ କୃଷି ପରାମର୍ଶଦାତା କମିଟି ବୈଠକ

ଡାବୁଗାଁ, ୨୨/୧୧ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ବ୍ଲକ କୃଷି ପରାମର୍ଶଦାତା (ଆତ୍ମା) କମିଟି ବୈଠକ ଆତ୍ମା ଅଧ୍ୟକ୍ଷ ଏମ୍॰ ବୁଲୁ ରାଓ ଙ୍କ ସଭାପତିତ୍ଵରେ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ କୃଷି ବିଭାଗର ଚଳିତ ରବି ରତୁରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା | ଇ-ନାମ ଜରିଆରେ ମକାମାଣ୍ଡି ନିମନ୍ତେ ନାମ ରେଜିଷ୍ଟେସନ କରିବା ଓ ମଣ୍ଡିଆ ମଣ୍ଡି ନିମନ୍ତେ ନାମ ରେଜିଷ୍ଟେସନ ପାଇଁ ସୂଚନା ଦିଆଯାଇଥିଲା | ଏଥିରେ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ଯଥା :- ବ୍ରୟଲର କୁକୁଡା ପାଳନ, ଅଣ୍ଡା ଦିଆ କୁକୁଡା ପାଳନ, ଛେଳି ପାଳନ ଆଦି ଯୋଜନା ଉପରେ ଆଲୋଚନା ହୋଇଥିଲା | ଏଥିରେ ସହକାରୀ କୃଷି ଅଧିକାରୀ ତଥା ଆତ୍ମା ଆବାହକ ଦୁର୍ଯ୍ୟଧନ ଜାନୀ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା॰ ବିଧୂତ ଶେଖର ମିଶ୍ର, ଲ୍ୟାମ୍ପ୍ସ କର୍ମଚାରୀ ହରିବନ୍ଧୁ ମିର୍ଗାନ, ସଭ୍ୟ ଦେବରାଜ ପାତ୍ର, ସତ୍ୟରଞ୍ଜନ ପାତ୍ର, ଡି॰ ରାଜଶେଖର ରାଓ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ | ଏ॰ଟି॰ଏମ॰ କେ॰ ଉଦୟ କୁମାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here