କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିଲେ ପ୍ରାଣୀ ଚିକିତ୍ସକ

ଡାବୁଗାଁ, ୨୨/୧୧ ପ୍ରାଣୀ ସମ୍ପଦକୁ ରାଜ୍ୟରେ ଯେତିକି ଗୁରୁତ୍ଵ ଦିଆଯାଉଛି ସେଥିରୁ ଟିକେ ବି ଗୁରୁତ୍ଵ ପ୍ରାଣୀ ଚିକିତ୍ସକ ମାନଙ୍କୁ ଦିଆଯାଉନଥିବା ଦର୍ଶାଇ ଏଥିପାଇଁ ବିଭାଗୀୟ ଉଦାସୀନତାକୁ ପ୍ରାଣୀ ଚିକିତ୍ସକ ସେବା ସଂଘ (ଓଭସା) ଦାୟୀ କରି ଅସନ୍ତୋଷ ବ୍ୟକ୍ତ କରିଛି | ଶୁକ୍ରବାର ଠାରୁ ରାଜ୍ୟରେ କାର୍ଯ୍ୟ ରତ ପ୍ରାଣୀ ଚିକିତ୍ସକ ମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗ ଦେଇ ପ୍ରତୀକାତ୍ମକ ପ୍ରତିବାଦ କରିଛନ୍ତି | ସେହି କ୍ରମରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ପ୍ରାଣୀ ଚିକିତ୍ସାଳୟରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା॰ ବିଧୂତ ଶେଖର ମିଶ୍ର ଓ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡା॰ ସାରସ୍ଵତ ସାହୁ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବାର ଦେଖା ଯାଇଛି | ସରକାର ଯଦି ସଂଘର ଦାବି ନମାନନ୍ତି ଆସନ୍ତା ୨୭ ତାରିଖ ଠାରୁ ରାଜ୍ୟ ବ୍ୟାପୀ ପ୍ରାଣୀ ଚିକିତ୍ସକ ମାନେ ଅନଲାଇନ ପ୍ଲାଟଫର୍ମରେ ହେଉଥିବା କାର୍ଯ୍ୟକୁ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି | ପ୍ରାଣୀ ଚିକିତ୍ସକ ମନକୁ ସରକାର କାରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ସଂଘ ଦାବି ରଖିଛି | ଏହି ଭଳି ପ୍ରାଣୀ ଚିକିତ୍ସା ସେବାରେ ପ୍ରବେଶ ପଦବୀକୁ କନିଷ୍ଠ ପ୍ରଥମ ଶ୍ରେଣୀ ମାନ୍ୟତା ଦିଆଯାଇନଥିବା ବେଳେ ବର୍ଷ ବର୍ଷ ଧରି ଯୋଗ୍ୟତାତଥା ବରିଷ୍ଠତା ଭିତିରେ ପଦୋନ୍ନତି ଦିଆଯାଉନଥିବା ଓଭସା କାର୍ଯ୍ୟକର୍ତ୍ତା ମାନେ ପ୍ରକାଶ କରିଛନ୍ତି | ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ନଦେଇ ଅଧିକ କାର୍ଯ୍ୟ ଚାପ ବଢାଇବାର ମାନସିକତାକୁ ପ୍ରାଣୀ ଚିକିତ୍ସା ସେବା ସଂଘ ବିରୋଧ କରିଛି |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here