ଶ୍ରୀମନ୍ଦିରରେ ଶ୍ରବଣା ମକର ନକ୍ଷେତ୍ର ବନ୍ଦାପନା ନୀତି ପାଳିତ

ପୁରୀ(ଫୋକସ ଓଡ଼ିଆ ) ଶନିବାର କାର୍ତ୍ତିକ ଶୁକ୍ଳ ସପ୍ତମୀ ତିଥିରେ ଯେଉଁ ଦିନ ଠାକୁର ଙ୍କର ଜନ୍ମ ନକ୍ଷେତ୍ର ପଡେ ସେହିଦିନ ଏହି ନୀତି ମଧ୍ୟାନ ଧୂପ ପରେ ପାଳିତ ହୋଇଥାଏ
ଆଜି ମହାପ୍ରଭୁଙ୍କ ଦ୍ୱାର ଫିଟା ହୋଇ ଅନ୍ୟାନ୍ୟ ନୀତି ପରେ ସକାଳେ ମହାପ୍ରଭୁଙ୍କ “ରାଧା ଦାମୋଦର” ବେଶ ଅନୁଷ୍ଟିତ ହୋଇଥିଲା ,ଏହାପରେ ମହାପ୍ରଭୁଙ୍କ ସୂର୍ଯ୍ୟପୂଜା,ଦ୍ୱାରାପାଳପୂଜା, ଗୋପାଳ ବଲ୍ଲବ, ସକାଳଧୂପ,ବାଳଧୂପ ,ଭୋଗମଣ୍ଡପ, ସରି ମଧ୍ୟାନ ଧୂପ ସରିବା ପରେ ମହାପ୍ରଭୁଙ୍କ ମଇଲମ, କର୍ପୁର ଆଳତି ଓ ବନ୍ଦାପନା ନୀତି ତିନି ବାଡ଼ରେ ସମ୍ପନ୍ନ ପରେ ଦଖିଣି ଘରୁ ମହାଜନେ ମଦନ- ମୋହନ ଙ୍କୁ ବିଜେ କରାଇ ରତ୍ନସିଂହାସନ ନିକଟକୁ ଆସିଥିଲେ । ଘଣ୍ଟ, ଛତା, କାହାଳୀ ପଟୁଆରରେ ପାଲିଙ୍କିରେ ବିଜେ ହୋଇ ନକ୍ଷତ୍ର ବେଢ଼ା ପରିକ୍ରମା ରେ ବାହାରିଥିଲେ ବେଢା଼ସାରି ମହାଜନେ ମଦନମୋହନଙ୍କୁ ଜୟବିଜୟ ଦ୍ୱାର କୁ ବିଜେ କରାଇଥିଲେ, ବିଧି ମତେ ପ୍ରତିହାରୀ ସେବକ ଜୟ ବିଜୟ ଦ୍ୱାର ବନ୍ଦ କରିଥିଲେ । ଆସ୍ଥାନ ପ୍ରତିହାରୀ ଙ୍କ ଠାରୁ କୋରା ଭୋଗ ନେଇ ପୂଜାପଣ୍ଡା ବିଜେ ଠାକୁରଙ୍କୁ ସର୍ପ। ମଣୋହି କରି ପୂଜା କରିଥିଲେ , ଏହାପରେ ବନ୍ଦାପନା,କର୍ପୁର ଆଳତି, ବତି ଆଳତି ପରେ ଜୟ ବିଜୟ ଦ୍ବାର ଖୋଲାଯାଇଥିଲା ମଦନମୋହନ ଦକ୍ଷିଣୀ ଘରକୁ ବାହୁଡା ବିଜେ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here