ପଟ୍ଟାମୁଣ୍ଡାଇରେ ନରେଗା କାାମରେ ଗ୍ରାମସାଥୀ ମାନଙ୍କୁ ଅବହେଳା କରାଯାଉଛି । ଅଭିଯୋଗ କଲା ଗ୍ରାମସାଥୀ ସଂଘ ।

ପଟ୍ଟାମୁଣ୍ଡାଇ ୨୦-୧୧-୨୦୨୦: ମନରେଗା କାର୍ଯ୍ୟରେ ସରକାର ଗ୍ରାମସାଥୀ ମାନଙ୍କୁ ଯେଉଁ କ୍ଷମତା ଦେଇଛି ତାହାକୁ ପାଳନ କରାଯାଉନି । ପଳରେ ରୋଜଗାର ହରାଉଛନ୍ତି ଗ୍ରାମସାଥୀ ମାନେ । ବିଭିନ୍ନ ସମୟରେ ଏଥିପାଇଁ କରାଯାଉଥିବା ଅଭିଯୋଗ ଗୁଡିକୁ ବିଚାର କରୁନି ବ୍ଲକ ପ୍ରଶାସନ । ଏପରିକି ସରକାର ଓ ଜିଲ୍ଲା ଅଧିକାରୀଙ୍କ ଆଦେଶକୁ ମାନୁନି ବ୍ଲକ ପ୍ରଶାସନ ବୋଲି ଅଭିଯୋଗ ହୋଇଛି ।କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗ୍ରାମସାଥି ମାନଙ୍କ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୁରୁବାର ପଟ୍ଟାମୁଣ୍ଡାଇ ବିଡ଼ିଓ ଙ୍କୁ ୮ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ଗ୍ରାମସାଥି ମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା , ସେମାନଙ୍କ ନାମରେ ଏମଜିଏନଆରଇଜିଏ କାର୍ଯ୍ୟାଦେଶ ପ୍ରଦାନ କରିବା , ପ୍ରତି ମାସରେ ସମିକ୍ଷା ବୈଠକ ଓ ପ୍ରଶିକ୍ଷଣ ବ୍ୟବସ୍ଥା କରିବା , ସମସ୍ତ କାର୍ଯ୍ୟରେ ନିୟୋଜିତ କରିବା, ସେମାନଙ୍କ ଡାଟା ବେସ୍ ପ୍ରସ୍ତୁତ କରିବା ପାଇଁ ଦାବି କରିଥିଲେ।ଦାବିରେ ଦର୍ଶାଇ ଥିଲେ ଯେ ଓଡିଶା ସରକାରଙ୍କ ଚିଠି ନମ୍ବର ୯୪୦ ତାରିଖ ୧୧.୧.୨୦୧୯ ଚିଠିକୁ ତୁରନ୍ତ କାର୍ଯ୍ୟ କାରି କରିବା ଏବଂ କେନ୍ଦ୍ରାପଡା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି ନଂ- ୩୩୦୪ ତାରିଖ ୨.୧୧.୨୦୨୦ କୁ ତୁରନ୍ତ କାର୍ଯ୍ୟକାରି କରିବାକୁ ଦାବିରେ ଦର୍ଶାଇଥିଲେ।ଗ୍ରମସାଥି ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ହରେକୃଷ୍ଣ ମହାପାତ୍ର , ସମ୍ପାଦକ ସୁଧିରଞ୍ଜନ ପ୍ରଧାନ, କୋଷାଧ୍ୟକ୍ଷ ନିର୍ମଳ ପାତ୍ର,କେନ୍ଦ୍ରାପଡା ବ୍ଲକ ସଭାପତି ପ୍ରଶାନ୍ତ ଦାସ, ଜିଲ୍ଲା ସଙ୍ଘ ସଭାନେତ୍ରୀ କନକଲତା ଜେନା, ଜିଲ୍ଲା ସମ୍ପାଦକ ଅନିଲ ଜେନା, ବନ୍ଦିତା ପ୍ରଧାନ, ଦେବାଶିଷ ମଲିକ, ଦିଲ୍ଲୀପ ମଲିକ, ପଦ୍ମୀନି ସାମଲ ,ତପସ୍ବିନୀ ଦାସ,ବିଜୟ ନାଥ,ସତ୍ୟଭାମା ପ୍ରଧାନ, ରଞ୍ଜନ ମଲିକ, ସୁସମା ମହାନ୍ତି, ନବଘନ ସାହୁଙ୍କ ସମେତ ୩୫ ଜଣ ଗ୍ରାମ ସାଥି ଯୋଗ ଦେଇଥିଲେ।

ପ୍ରିୟବ୍ରତ ଓଝା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here