ମୁଣ୍ଡିଗୁଡା ଠାରୁ ଆମ୍ବଗାଁ ରାସ୍ତା ପାଲଟିଛି ମରଣଯନ୍ତା

ଡାବୁଗାଁ, ୨୦/୧୧ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ପଞ୍ଚାୟତ ଅଧୀନ ମୁଣ୍ଡିଗୁଡା ଗ୍ରାମ ଛକ ଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା | ସୂଚନାଯୋଗ୍ୟ:- ଉକ୍ତ ରାସ୍ତା ଟି ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ମୁଣ୍ଡିଗୁଡା ଛକ ଠାରୁ ଆମ୍ବଗାଁ ଛକ ପର୍ଯ୍ୟନ୍ତ ୩ କିମି ରାସ୍ତା ଖାଲ ଖମା ରେ ପରିପୂର୍ଣ୍ଣ ରହିଛି | ଯାହା ଦ୍ୱାରାକି ଯାତାୟାତରେ ଜନସାଧାରଣ ବହୁ ଦୁର୍ଦିନର ସମ୍ମୁଖୀନ ହେବା ସହ ପ୍ରତ୍ୟକ ଦିନ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି | ଉକ୍ତ ରାସ୍ତା ଦେଇ ଉମରକୋଟରୁ କଟାଗାଁ ଦେଇ କୋଷାଗୁମୁଡା କୁ ଯାତ୍ରୀବାହୀ ବସ ବିପଦ ଶଙ୍କୁଳ ଭାବେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି | ଉକ୍ତ ରାସ୍ତାରେ ଯିବା ସମୟରେ କେତେବେଳେ କଣ ହେବ କିଏ କହି ପାରିବ | ଯାତ୍ରୀ ମାନଙ୍କ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି | ବର୍ଷା ଦିନେ ଉକ୍ତ ରାସ୍ତାରେ ଗାଡିଯିବା ତ ଦୂରର କଥା ଲୋକେ ଚାଲି ଯିବା କଷ୍ଟକର ହୋଇପଡିଛି | ଛତିଶଗଡ ରାଜ୍ୟର ବ୍ୟବସାୟୀକ ପେଣ୍ଠସ୍ଥଳୀ ଜଗଦଲପୁର କୁ ବ୍ୟବସାୟୀ ମାନେ ଏହି ରାସ୍ତା ଦେଇ ଗଲେ ଅଳ୍ପ ଖର୍ଚ୍ଚରେ କମ ସମୟରେ ପହଞ୍ଚିପାରିବେ | ଏହି ରାସ୍ତାର ମରାମତି ଆଖପାଖ ଗ୍ରାମ ସହ ଯାତ୍ରୀ ଓ ବ୍ୟବସାୟୀ ମାନଙ୍କ ପାଇଁ ଜରୁରୀ ହୋଇପଡିଛି | ଏଣୁ ଜିଲାପାଳ ଓ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ସମସ୍ୟାର ଶୀଘ୍ର ସମାଧାନ କରାଯିବା ପାଇଁ ସ୍ଥାନୀୟ ମୁଣ୍ଡୀଗୁଡା, ଘୋଡାଖୁଣ୍ଟା, ଭାଲୁଡଙ୍ଗରୀ ଓ ଆମ୍ବଗାଁ ର ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି | ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha 1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here