ଜିଲ୍ଲା କଂଗ୍ରେସ ପକ୍ଷରୁ ଥାନାରେ ଏତଲା

18/11/20 ଟ୍ରାକ୍ଟର୍ ମାଲିକ ସଂଘର ବାଲି ବୋଝେଇ ଟ୍ରାକ୍ଟର କୁ ମାତ୍ରାଧିକ ଫାଇନ ଆଦାୟକୁ ବିରୋଧ କରି ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆଜି ଦ୍ଵିତୀୟ ଦିନରେ। ଆନ୍ଦୋଳନ କାରୀ ଙ୍କ ଅଭିଯୋଗ ଥିଲା ଯେ ଟ୍ରକ ଯୋଗେ ବାଲି ଚାଲାଣ କୁ ପ୍ରଶାସନ ପ୍ରସୟ ଦେଉଛି ଆଜି ପ୍ରଶାସନ ତରଫରୁ ଟ୍ରାକ୍ଟର ମାଲିକ ସଂଘ ସହାୟତା ରେ ଟ୍ରକ ଉପରେ ଚଢ଼ାଉ କରି ଏଗାର ଗୋଟି ବାଲି ବୋଝେଇ ଟ୍ରକ ଜବତ କରାଯାଇଛି, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆନ୍ଦୋଳନ ରେ ଯୋଗଦେଇ ଆନ୍ଦୋଳନ କୁ ଜୋରଦାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଲି ମାଫିଆ ଙ୍କ ବିରୋଧରେ ଏକ ଏତଲା ଦାଏର କରିବା ସହ ଜିଲ୍ଲାରୁ ମୁଠାଏ ମଧ୍ୟ ବାଲି ଜିଲ୍ଲା ସୀମାରେଖା ବାହାରକୁ ଯିବାକୁ ଦେବେନାହି ବୋଲି ଚେତାବନୀ ଦେଇଛନ୍ତି ଏହିଠାରେ ସୂଚନା ଯୋଗ୍ୟ ଯେ ଆଜି ସନ୍ଧ୍ୟା ରେ ଏକ ବାଲି ନେଉଥିବା ଟ୍ରାକ୍ଟର କୁ ଧରି ବିଭାଗ ତରଫରୁ ଦଶ ହଜାର ଟଙ୍କା ଫାଇନ କରାଯାଇଥିଲା।

ରିପୋର୍ଟ- ବିଭୁତି ପ୍ରସାଦ ପଣ୍ଡା ,ନବରଙ୍ଗପୁର।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here