କୋଲଡ୍ରିଂଗସ୍ ବଟଲରୁ ବାହାରିଲା ଏରିଏଲ୍ ସରଫ୍ ପ୍ୟାକେଟ୍ ର ଜରୀ ।

ସେ ଶୀତଦିନ ହେଉକି ଖରାଦିନ ହେଉ ରାସ୍ତାରେ ଗଲାବେଳେ ବା କାମକରି ଥକିଗଲା ପରେ ସାଧାରଣତଃ ପଥଚାରୀ ତାର ଶୋଷ ବା ତୃଷା ମେଣ୍ଟାଇବା ପାଇଁ ରାସ୍ତା କଡରେଥିବା ବିଭିନ୍ନ ଦୋକାନ ମାନଙ୍କରୁ କଲଡ୍ରିଂଗସ୍ ବା ଥଣ୍ଡା ପାନୀୟ ଜଳ ଜାତୀୟ ଦ୍ରବ୍ୟ ସାଧାରଣତଃ କିଣି ପିଇଥାଏ ବା ତାର ତୃଷା ମେଣ୍ଟାଇବାକୁ ତେଷ୍ଟା କରିଥାଏ । ହେଲେ ସେହି କୋଲଡ୍ରିଂଗସ୍ ବଟଲ ତାପାଇଁ ପାଲଟିବାକୁ ଯାଉଥିଲା କାଳ । ଅଳ୍ପକେ ବଞ୍ଚି ଗଲା ଯୁବକ ଜଣଙ୍କ । ଯୁବକଟି ସେଭେନ୍ ଅପ୍ କୋଲଡ୍ରିଂଗସ୍ ପିଇବା ପାଇଁ ଉକ୍ତ ଥଣ୍ଡା ବଟଲଟିକୁ କଣିଥିଲେ ଏକ ସ୍ଥାନୀ ପାନ ଦୋକାନରୁ । ହେଲେ ବଟଲର ସିଲ୍ ଖୋଲା ଯାଇନାହିଁ କି ଲୋକଟି ମଧ୍ୟ ତାକୁ ପିଇନାହିଁ କିନ୍ତୁ ଜଳଜଳ ହୋଇ ପୁରା ବାହାରକୁ ସ୍ପଷ୍ଟଭାବେ ଦେଖାଯାଉଛି ବଟଲ୍ ଭିତରେଥିବା ଏକ ଏରିଏଲ୍ ସରପ୍ ପ୍ୟାକେଟ୍ ରହିଥିବା । ଯୁବକଟି ଉକ୍ତ କୋଲଡ୍ରିଂଗସ୍ ପିଇବା ପାଇଁ ବାହାରିବା ବା ଠିପି ଖୋଲିବାକୁ ଗଲାବେଳେ ତାର ନଜର ପଡିଥିଲା ସେହି ବଟଲ ଭିତରେ ଏବଂ ସେ ଜାଣି ପାରିଥିଲା ଯେ ତାହା ଭିତରେ ଗୋଟେ ସରପ୍ ପ୍ୟାକେଟ୍ ରହିଛି । ସେହି କୋଲ୍ ଡ୍ରିଂଗସ୍ ବଟଲକୁ ଦେଖି ତାର ହୋସ୍ ଉଡିଗଲା । ଏପରି ଘଟଣା ଘଟିଛି ବା ଦେଖିବାକୁ ମିଳିଛି ପୁରୀର ଲୋକନାଥ ବଜାର ରୋଡଠାରେ ଥିବା ଏକ ପାନ ଦୋକାନ ସମ୍ମୁଖରେ । କଣ ଯୁବକର ହୋସ୍ ଉଡିଗଲା । କାଣ ଏବଂ କାହିଁକି ହୋସ୍ ଉଡିଲା । ଆସନ୍ତୁ ଜାଣିବା । ଯୁବକ ଉକ୍ତ ଥଣ୍ଡାକୁ ପିଇବ କଣ ଦୋକାନୀକୁ ଏବିଷୟରେ ପଚାରିଥିଲା । ଦୋକାନୀ ଯାହା କହିଲା ସେକଥା ଶୁଣିଲେ ହୁଏତଃ ଆପଣମାନଙ୍କର ବି ହୋସ୍ ଉଡିଯାଇପାରେ । ଉକ୍ତ ବଟଲରୁ ପୁଣି ଆଜିକା ଡେଟରେ ବିଲ୍ ଦେଇଥିବା ବା ବିଲ୍ ହୋଇଥିବା କମ୍ପାନୀ ମାଲ୍ ଦେଇଥିବା ଯାହା ବିଲ୍ ସହିତ ପାନ ଦୋକାନୀ କୁହନ୍ତି । ତେବେ କଣ କହୁଛନ୍ତି କୋଲଡ୍ରିଂଗସ୍ ପିଇବା ପାଇଁ କିଣିଥିବା ଯୁବକ ସହିତ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଉକ୍ତ ଥଣ୍ଡା ବିକ୍ରି କରୁଥିବା ପାନ ଦୋକାନୀ। ତେବେ ଚାଲନ୍ତୁ ନା ସିଧା ସଳଖ ଶୁଣିବା ଗଣମାଧ୍ୟମ ଆଗରେ କଣ ପ୍ରତିକ୍ରିୟା ରଖୁଛନ୍ତି ସେମାନେ I

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here