ସଂଘର୍ଷ ନିଉଜର ଜିଲ୍ଲା ପ୍ରତିନିଧିଙ୍କ ଆକାଳ ବିୟୋଗ ।

ଆଜି କେନ୍ଦ୍ରାପଡା ଜିଲ୍ଲାର ସଂଘର୍ଷ ନିଉଜର ଜିଲ୍ଲା ପ୍ରତିନିଧି ଭୀକାରୀ ଚରଣ ରାଉତଙ୍କର ଗତକାଲି ସନ୍ଧ୍ୟା ୬ଘଟିକା ସମୟରେ କଟକର ଏକ ଘରୋଇ ନର୍ସିଂ ହୋମ ପରିସରରେ ୪୫ବର୍ଷ ବୟସରେ ମୃର୍ତ୍ୟୁ ହୋଇ ଯାଇଥିଲା । ତାଙ୍କ ଶବକୁ ବ୍ୟବଚ୍ଛେଦ ପରେ ଆଜି ତାଙ୍କ କେନ୍ଦ୍ରାପଡା ସ୍ଥିତ ବ୍ଲକ୍ ସନିକଟ ବାସ ଭବନରେ, ତାଙ୍କ ପ୍ରାର୍ଥିବ ମରଶରୀର ପହଞ୍ଚିବା ପରେ, ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କ ଘର ଆଗରେ ଶତାଧିକ ଲୋକଙ୍କ ଭିଡ ଯମିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଶେଷ ଦର୍ଶନ ନିମନ୍ତେ ବିଜେଡି ରାଜ୍ୟ ସହ ସମ୍ପାଦକ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା, ପୂର୍ବତନ କାଉନ୍ସିଲର ଶ୍ରୀଯୁକ୍ତ ହୀରଣ୍ୟ କୁମାର ପଣ୍ଡା ଏବଂ ଓଡିଆ ଚଳଚିତ୍ର ପ୍ରଡୁସର ତଥା ଯୁବନେତା ଶ୍ରୀଯୁକ୍ତ ମାନସ କୁମାର ସାହୁଙ୍କ ସମେତ ବିଜ୍ଞାନ ଶିକ୍ଷକ ପାର୍ଥ ସାରଥୀ ବେହେରା,ବରିଷ୍ଠ ସାମ୍ବାଦିକ ପରେଶ ଚନ୍ଦ୍ର ଦାସ, ସାମ୍ବାଦିକ ପରୀକ୍ଷିତ ପାତ୍ର,ସାମ୍ବାଦିକ ମାତୃଦତ ମହାନ୍ତି,ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ,ସାମ୍ବାଦିକ ସନୀଲ୍ ମହାପାତ୍ର, ବିଶିଷ୍ଟ ଚିତ୍ରଶିଳ୍ପୀ ସୌମରଞନ ପଟ୍ଟନାୟକଙ୍କ ସହିତ ବହୁ ଗଣମାଧ୍ୟମର ପ୍ରତିନିଧି ଓ ରାଜନେତା, ବୁଦ୍ଧିଜିବୀ ଏବଂ ମାନ୍ଯଗଣ୍ଯ ବ୍ୟକ୍ତି ବିଶେଷ ତାଙ୍କ ବାସ ଭବନରେ ପହଞ୍ଚି ତାଙ୍କ ପାର୍ଥିବ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଭୁ ଶିଦ୍ଧ ବଳଦେବଜୀଉଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ବହୁତ୍ ଦୁଃଖ ପ୍ରକାଶ କରି ତାଙ୍କ ଶୋକ ସନ୍ତପ୍ତ ପରିବାର ଲୋକଙ୍କ ମଂଗଳ କାମନା କରିଥିଲେ । ଖବର ନେବାରୁ ଯାହା ଜଣାପଡିଛି ଭୀକାରୀ ରାଉତଙ୍କର ଦୁଇଟି ଛୋଟ ଛୋଟ କୁନି ପିଲାଙ୍କ ସହିତ ତାଙ୍କ ପତ୍ନୀ ଏକା ଅଛନ୍ତି । ସେ ଏକାଧାରରେ ଜଣେ ଖୋଲା ହୃଦୟବାନ୍ ବ୍ୟକ୍ତି ବା ବନ୍ଧୁ ବତ୍ସଳ ଏବଂ ମେଳାବି ଲୋକଥିଲେ । ଆଜି ସଂନ୍ଧ୍ଯାରେ ତାଙ୍କ ମରଶରୀରକୁ ଗ୍ରାମ୍ୟ ଶ୍ମସାନରେ ଶବ ସଂସ୍କାର କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।——-କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here