ଟ୍ରୋଲ ହେଲେ ବିଗ ବି ଅମିତାଭ ବଚ୍ଚନ।

ମୁମ୍ବାଇ : ବିଗ ବି ଅମିତାଭ ବଚ୍ଚନ ସବୁବେଳେ ନିଜର ସ୍ୱତନ୍ତ୍ର କାର୍ଯ୍ୟ ଶୈଳୀକୁ ନେଇ ଚର୍ଚ୍ଚା ରେ ରହିଥାଆନ୍ତି। ତେବେ ଆଜି ସେ ଛଟ୍ ପୂଜା ର ଶୁଭକାମନା ଜଣାଇ ଟ୍ରୋଲ ହୋଇଛନ୍ତି ଅମିତାଭ ବଚ୍ଚନ। ଆଜି ଠାରୁ ଆରମ୍ଭ ହେଉଛି ଛଟ୍ ପୂଜା। ସେଥିପାଇଁ ବିଗ ବି ଦେଶବାସୀଙ୍କୁ ଟ୍ୱଟର ଜରିଆରେ ଛଟ ପୂଜାର ଶୁଭକାମନା ଜଣାଇ ଥିଲେ। ତାଙ୍କ ଟ୍ୱିଟ ରେ ଛଟ୍ ବଦଳରେ ଛତ ଲେଖି ହୋଇ ଯାଇଥିଲା। ତା ପରେ ଲୋକ ମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। କେହି କେହି ଲେଖିଥିଲେ ଛଟ୍ ପୂଜାକୁ ଛତ ବୋଲି ଲେଖି ପରିହାସ କରନ୍ତୁ ନାହିଁ। ଦୟାକରି ସଠିକ ଭାବେ ପଢିବା ଓ ଲେଖିବା ଶିଖନ୍ତୁ ବୋଲି କେହି କେହି ଟୁଇଟର ବ୍ୟବହାରକାରୀ ଲେଖିଥିଲେ। ଆଉ କେହି ଲେଖିଥିଲେ ଛତ ପୂଜା ନୁହେଁ ଛଟ୍ ପୂଜା ଚାଚା। ତାଙ୍କ ଶୁଭକାମନା ବାର୍ତ୍ତା ରେ ଏଭଳି ଭୁଲ ଯୋଗୁଁ ସୋସିଆଲ ମିଡ଼ିଆରେ ଟ୍ରୋଲ ହୋଇଛନ୍ତି ଅମିତାଭ ବଚ୍ଚନ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here