୨୬/୧୧ ମୁମ୍ବାଇ ଆକ୍ରମଣର ପୁନରାବୃତ୍ତି ଯୋଜନା ପଣ୍ଡ ; ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଜାମ୍ମୁ-କାଶ୍ମୀର : ୨୬/୧୧ ମୁମ୍ବାଇ ଆକ୍ରମଣର ବାର୍ଷିକୀରେ ଏକ ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ। କିନ୍ତୁ ଏହି ଆକ୍ରମଣକୁ ପଣ୍ଡ କରି ଦେଇଥିଲେ ସୁରକ୍ଷାବାହିନୀ। ଏହି ଆକ୍ରମଣର ଯୋଜନା କରିଥିବା ଚାରି ଆତଙ୍କବାଦୀ, ଗତ କାଲି ଜାମ୍ମୁ-କାଶ୍ମୀର ଜାତୀୟ ରାଜପଥରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ନିପାତ ହୋଇ ଯାଇଥିଲେ। ମୁମ୍ବାଇ ଆକ୍ରମଣର ବାର୍ଷିକୀରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦର ଆତଙ୍କବାଦୀ ଏହି ଯୋଜନା କରୁଥିଲେ ବୋଲି ସୂଚନା ମିଳିଛି। ତେବେ ଗତ କାଲି ହୋଇଥିବା ଗୁଳି ବିନିମୟରେ ଦୁଇ ଜଣ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଥିଲେ। 

ଏ ନେଇ ଏନକାଉଣ୍ଟରକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଏବଂ ବରିଷ୍ଠ ଗୁଇନ୍ଦା ବିଭାଗର ଅଧିକାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉକ୍ତ ବୈଠକରେ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମର ସୁରକ୍ଷାବାହିନୀ ପୁଣି ଥରେ ସାହସର ସହିତ ଶତ୍ରୁର ସାମନା କରିଛନ୍ତି। ଗତକାଲି ଜମ୍ମୁରେ ହେବାକୁ ଥିବା ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ରୋକା ଯାଇପାରିଛି। 

ଉଲ୍ଲେଖଯୋଗ୍ୟ ଯେ, ଆତଙ୍କବାଦୀ ସାମ୍ବା ସେକ୍ଟରରୁ ନାଗରୋଟା ଟୋଲ ପ୍ଲାଜା ଅଭିମୁଖେ ଆତଙ୍କବାଦୀ ଯାଉଥିବାର ଗୁଇନ୍ଦା ଖବର ମିଳିବା ମାତ୍ରେ ତତକ୍ଷଣାତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏକ ବଡ ଧରଣର ଆକ୍ରମଣ ଯୋଜନା କରି ଆତଙ୍କବାଦୀ ନିଜ ପାଖରେ ବିପୁଳ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ରଖି କାଶ୍ମୀର ଅଭିମୁଖେ ଯାତ୍ରା କରୁଥିଲେ। ଭୋର ୫ଟା ସେମାନଙ୍କ ସଂକ୍ରାନ୍ତରେ ସମସ୍ତ ଖବର ପାଇ ସୁରକ୍ଷାବାହିନୀ ସେମାନଙ୍କୁ ନିପାତ କରିଥିଲା। ଏହି ଏନକାଉଣ୍ଟରରେ ଆତଙ୍କବାଦୀ ମାନେ ଯାଉଥିବା ଉକ୍ତ ଟ୍ରକରୁ ୭ କିଲୋରୁ ଅଧିକ ଆରଡିଏକ୍ସ, ୧୧ଟି ଏକେ-୪୭ ବନ୍ଧୁକ, ୬୦ରୁ ଅଧିକ ଗ୍ରେନେଡ ଓ ବିପୁଳ ପରିମାଣର ଗୁଳିଗୋଳା ଜବତ କରିଥିଲା ସୁରକ୍ଷାବାହିନୀ। ଏହି ଏନକାଉଣ୍ଟର ପ୍ରାୟ ୩ ଘଣ୍ଟା ଧରି ହୋଇଥିଲା।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here