ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। କିଛି ଦିନ ଧରି ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର। ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୭ ପଇସା ବୃଦ୍ଧି ଘଟି ଟ.୮୧.୨୩ /- ଥିବା ବେଳେ ଡିଜେଲ ଲିଟର ପିଛା ୨୨ ପଇସା ବୃଦ୍ଧି ଘଟି ଟ.୭୦.୬୮/- ରେ ପହଞ୍ଚିଛି। ସେହିପରି ଓଡିଶାରେ ପେଟ୍ରୋଲ ଦର ଲିଟର ପିଛା ଟ.୭୮.୧୬/- ଥିବା ବେଳେ ଡିଜେଲ ଦର ଲିଟର ପିଛା ଟ.୭୭.୮୩/- ରହିଛି। ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ଟ.୮୭.୯୨/- ଓ ଡିଜେଲ ଦର ଲିଟର ପିଛା ଟ.୭୭.୧୧/- ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପିଛା ଟ.୮୪.୮୩/- ଓ ଡିଜେଲ ଦର ଲିଟର ପିଛା ଟ.୭୬.୧୭/- ରହିଛି। ସେହିଭଳି କୋଲକାତାରେ ପେଟ୍ରୋଲ ଦର ଲିଟର ପିଛା ଟ.୮୨.୭୯/- ଓ ଡିଜେଲ ଦର ଲିଟର ପିଛା ଟ.୭୪.୨୪/- ରହିଛି ବୋଲି ସୂଚନା ମିଳିଛି। 

ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁଁ ଦେଶରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇ ପଡିଥିବା ବେଳେ ଅଶୋଧିତ ତୈଳ ଦର ଏବଂ କର ବୃଦ୍ଧି ପାଉଛି। ଯାହା ଫଳରେ ଗତ ଏପ୍ରିଲ ମାସ ଠାରୁ ଲଗାତାର ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here