୩୦୦ ଗ୍ରାମ ବ୍ରାଉନସୁଗାର ଜବତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ତର୍ତ୍ତଙ୍ଗ ଗ୍ରାମରେ ଜବତ ବ୍ରାଉନସୁଗାର। ଜଗତସିଂହପୁର ଅବକାରୀ ବିଭାଗ ଚଢାଉ କରି ଜଣେ ଯୁବକଙ୍କୁ ଗିରଫ କରିବା ସହ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ। ପୋଲିସ ଆକଳନ ଅନୁଯାୟୀ, ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। 

ସୂଚନାନୁସାରେ, ତୋଟାପଡା ଗ୍ରାମର ପ୍ରଭାତ ରଞ୍ଜନ ମହାପାତ୍ର ହେଉଛନ୍ତି ଜଣେ ଚୋରା ବ୍ୟବସାୟୀ। ସେ ଦୀର୍ଘ ଦିନ ଧରି ବ୍ରାଉନସୁଗାର ବିକ୍ରି କରି ଆସୁଥିଲା। କିନ୍ତୁ ଆଜି କୌଣସି ବିଶେଷ ସୂତ୍ରରୁ ଅବକାରୀ ବିଭାଗ ଖବର ପାଇଥିଲା ଯେ, ପ୍ରଭାତ ରଞ୍ଜନଙ୍କ ଘରେ ପ୍ରାୟ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଅଛି। ତେଣୁ ତାଙ୍କ ଘରେ ଚଢାଉ କରିବା ଫଳରେ ଅବକାରୀ ବିଭାଗ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ ଓ ଆଉ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରି ସାରିଥିଲେ। ତେବେ ପ୍ରଭାତଙ୍କ ପାଖରୁ ବ୍ରାଉନସୁଗାର ସହ ବାଇକ ଓ ବନ୍ଧୁକ ମଧ୍ୟ ଜବତ କରାଯାଇଛି।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here