ପୁରୀ ହାଜତ ମୃତ୍ୟୁ ମାମଲା: ବଦଳିଲେ ଏସ୍‌ପି, ଏସ୍‌ଆଇଙ୍କ ସମେତ ୨ ନିଲମ୍ବିତ

ଭୁବନେଶ୍ୱର : ପୁରୀ ହାଜତମୃତ୍ୟୁ ଘଟଣାରେ ପୁରୀ ଏସପି ଅଖିଳେଶ୍ୱର ସିଂଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ସମ୍ବଲପୁର ଏସପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସ୍‌ପି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲାର ଏସପି ଅଖିଳେଶ୍ୱରଙ୍କ ବଦଳି ହୋଇଛି ।

ସୂଚନାଯୋଗ୍ୟ ଯେ ଗତ ଜୁଲାଇ ମାସରେ ଅଖିଳେଶ୍ବର ସିଂହଙ୍କୁ ପୁରୀ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ଘଟଣାରେ ଖରାପ ଆଚରଣ ଓ କତ୍ତର୍ବ୍ୟରେ ଅବହେଳା ଯୋଗୁ ବାସେଳୀ ସାହି ଥାନାର ଏସ୍‌ଆଇ ବିପ୍ଳବ କୁମାର ପ୍ରଧାନଙ୍କ ସମେତ ୩ ଜଣଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟ ୨ ଜଣ ହେଲେ କନେଷ୍ଟବଳ ବାବୁଲି ବେହେରା ଓ ଜଗନ୍ନାଥ ସ୍ବାଇଁ।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁରୀ ଏସପି ଅଖିଳେଶ୍ୱର ସିଂଙ୍କୁ ବଦଳି କରାଯାଇ ହେଡକ୍ୱାର୍ଟର ଏସପି ଭାବେ ଅବସ୍ଥାପିତ କରାଯାଇ ଥିବାବେଳେ ସମ୍ବଲପୁର ଏସପି କେ.ବିଶାଳ ସିଂଙ୍କୁ ପୁରୀ ଏସପି ଦାୟିତ୍ୱ ଦିଆଯାଇଛି।

ଗତକାଲି ଚୋରି ଅଭିଯୋଗର ଜଣେ ଯୁବକଙ୍କୁ ଗିରଫ କରିବା ପରେ ପୁଲିସ ହାଜତରେ ଥିବା ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଥିଲା । ଅଭିଯୋଗ ହେଲା, ପୁଲିସ ଯୁବକଙ୍କୁ ଅତ୍ୟଧିକ ମାଡ ମାରିବାରୁ ତାର ମୃତ୍ୟୁ ହୋଇଯାଇଛି । ଆଉ ଏକ ସନ୍ଦେହ ସୃଷ୍ଟି କଲା ଭଳି ଘଟଣାରେ ପୁଲିସ, ମୃତ ବ୍ୟକ୍ତିଙ୍କୁ ତରବରିଆ ଭାବେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ନକରି ପୋଡି ଦେଇଥିଲା । ସେପଟେ ଏସପି ସଫେଇ ଦେଇ କହିଥିଲେ, ପୁଲିସ ସହ ଧସ୍ତାଧସ୍ତି ବେଳେ ଯୁବକଙ୍କର ମୃତ୍ୟୁ ହୋଇଛି ଏବଂ ନିୟମ ଅନୁସାରେ ଘଟଣାର ତଦନ୍ତ କରାଯାଉଛି । 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here