ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ନିଆଁ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ଲାଗିଲା ନିଆଁ। ହଠାତ ନିଆଁ ଲାଗିବା ଫଳରେ କାର୍ଯ୍ୟାଳୟରେ ଥିବା ସମସ୍ତ ଆସବାବପତ୍ର ଓ ଦରକାରୀ କାଗଜପତ୍ର ଇତ୍ୟାଦି ଜଳି ଯାଇଛି। ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏ ନେଇ ଜଣେ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି। ଅଭିଯୁକ୍ତ ହେଉଛନ୍ତି ଡୁମୁକାକାନିର ରାଜୀବ କିଶନ। 

ସୂଚନାଯୋଗ୍ୟ ଯେ, ଆଜି ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ଜଣେ ଯୁବକ ନିଆଁ ଲଗାଇ ଦେଇଛି। ନିଆଁ ଲଗାଇବା ସମୟରେ ଉକ୍ତ ଅଭିଯୁକ୍ତ ଯୁବକ ଜଣକ ମୋବାଇଲରେ ଲାଇଭ ଭିଡିଓ ମଧ୍ୟ ବନାଇଥିଲେ, ଯାହାକି ଫେସବୁକରେ ଭାଇରାଲ ହେବାରେ ଲାଗିଛି। ତେବେ ଉକ୍ତ ଯୁବକଙ୍କୁ ଏଭଳି କାଣ୍ଡ କରିବାର କାରଣ ପଚାରିବାରୁ କହିଛନ୍ତି ଯେ, ଚଞ୍ଚକତା କରି ତାଙ୍କ ଜମିକୁ ବିକ୍ରି କରି ଦିଆଯାଇଛି ଓ କେହି ତାଙ୍କ କଥା ନ ଶୁଣିବାରୁ ସେ ଏପରି କରିଛନ୍ତି। “ ବାରମ୍ବାର ଏଠାକୁ ଦୌଡିଲି। କିନ୍ତୁ କେହି ଶୁଣିଲେନି, ବାଧ୍ୟ ହୋଇ ଆଇନକୁ ହାତକୁ ନେଲି ” ବୋଲି ସେ ପ୍ରକାଶ କରିଛନ୍ତି।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here