ବିଭିନ୍ନ ଓ୍ବାର୍ଡର ଭିନ୍ନ ଭିନ୍ନ ସମସ୍ୟା ନେଇ ଓ୍ବାର୍ଡ ସଭ୍ୟ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା :

ରାଜଗାଙ୍ଗପୁର ସହରର ୱାର୍ଡ ନମ୍ବର ୧୦ ଯାତ୍ରାଟୋଲିର ବିଭିନ୍ନ ସମସ୍ୟା ନେଇ ପୂର୍ବତନ ୱାର୍ଡ ମମ୍ବେର ଶ୍ରୀ ଅମ୍ବରୁଷ ବାଖଲା ଓ ସ୍ଥାନୀୟ ଜନସାଧାରଣଙ୍କ ସମେତ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପିୟୁସ ଲୋହାରଙ୍କ ସହ ଆଲୋଚନା କରିଥିଲୁ । ଏକ ନୂତନ ବ୍ରିଜ ନିର୍ମାଣ କରିବା ପାଇଁ ପୂର୍ବରୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା । ବର୍ଷା ଦିନରେ ସ୍ଥାନୀୟ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରୁ ବାହାରକୁ ଆସିପାରୁନାହାନ୍ତି, ଏଣୁ ଏହି ସ୍ଥାନରେ ଏକ ବ୍ରିଜ ଶୀଘ୍ର ନିର୍ମାଣ କରିବା ପାଇଁ ଶ୍ରୀ ଲୋହାର ଙ୍କୁ ଅନୁରୋଧ କଲୁ । ଜିଲ୍ଲାପାଳଙ୍କୁ ଏହି ବିଷୟରେ ଅବଗତ କରାଇବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି, ଏମସିସିର କାର୍ଯ୍ୟକ୍ଷମ ପୂର୍ବରୁ ପାରିପାର୍ଶ୍ବିକ ବିକାଶ ପାଇଁ ଦିଆ ଯାଇଥିବା ପ୍ରତିଶ୍ରୁତିକୁ ଠିକ ଭାବେ ପାଳନ କରାଯାଉ । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଏ ପର୍ଯ୍ୟନ୍ତ ପୌରପାଳିକା ଦ୍ଵାରା ଗୋଟିଏ ହେଲେ ଗଛ ଲଗାଯାଇନାହିଁ ।
ବର୍ଜ୍ୟବସ୍ତୁ ପରିଚାଳନାରେ ପୌରପାଳିକାର ସ୍ଵଚ୍ଛ ସାଥୀଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ୱାର୍ଡ ନମ୍ବର ୧ ଓ ୩ ରେ ସ୍ଥାନୀୟ ବାସିନ୍ଦା ମାନଙ୍କୁ ନେଇ ଏକ ବୈଠକ ବାବା ତଲାଵ ଠାରେ ଅନୁଷ୍ଠିତ ହୋଇଥିଲା । ସ୍ଵଚ୍ଛ ସାଥୀ ରେ କାର୍ଯ୍ୟରତ ଥିବା ମାଆ ଓ ଭଉଣୀ ମାନେ ଆମେ କିପରି ଭାବରେ ଆମ ସହରକୁ ପରିଷ୍କାର ରଖିବା ତାହା ଉପରେ ଜନସଚେତନତା ସୃଷ୍ଟି କରିଥିଲେ । ଆଗମୀ ଦିନରେ ଆମ ସହର ରାଜଗାଙ୍ଗପୁର ସଫେଇ ଓ ପରିଷ୍କାର ପରିଛନ୍ନରେ ଏକ ନମ୍ବର ହୋଇପାରିବ ବୋଲି ମୋର ପୂରା ବିଶ୍ୱାସ ରହିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here