ଭିଜଲେନସ ଜାଲରେ ବାଙ୍କି ଫରେଷ୍ଟର :

ସୁନ୍ଦରଗଡ ଜିଲ୍ଲା ବାଙ୍କି ବନ ରେଞ୍ଜ ଅନ୍ତର୍ଗତ ବାଙ୍କି ଫରେଷ୍ଟର ଗୋଟିଏ କାଠ ଜବତ ଗାଡିକୁ ରିଲିଜ କରିବା ପାଇଁ ଗାଡି ମାଲିକକୁ ୩୦ ହଜାର ଟଙ୍କା ଦାବୀ କରିଥିଲେ ତେବେ ପର୍ବର୍ତ୍ତୀ ସମୟରେ ତାହା ୧୦ ହଜାର ଟଙ୍କାରେ ଫାଇନାଲ ହୋଇଥିଲା । ଆଜି ଉକ୍ତ ଗାଡି ମାଲିକଙ୍କ ଠାରୁ ଗାଡି ଛାଡିବା ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜଲେନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ ଓ ତାଙ୍କ ଠାରୁ ୧୦ ହଜାର ଟଙ୍କା ଜବତ ହୋଇଥିଲା । ଘଟଣାଟି ହେଉଛି ଯେ ଗାଡି ମାଲିକ ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଲତା ଗ୍ରାମର ବାସୀନ୍ଦା ରାଜୁ ନାଗ ନିଜର ଓଡି ୧୪ ଇ ୭୦୯୮ ନଂ ଗାଡିରେ କାଠ ବେଣ୍ଟ ଧରି ଆସୁଥିବା ବେଳେ ବାଙ୍କି ଫରେଷ୍ଟର ବିଜୟ କୁମାର କୋଠି ତାଙ୍କର ଗାଡିକୁ ଯବତ କରି ଏକ ମାମଲା ରୁଜୁ କରିବା ସହ ଚାଳକକୁ କୋର୍ଟ ଚାଲାଣ କରିଥିଲେ । ଚାଳକ ଜେଲରୁ ବାହାରିବା ପରେ ଗାଡି ମାଲିକ ନିଜର ଗାଡି ଛଡାଇ ବାକୁ ବାଙ୍କି ଫରେଷ୍ଟରଙ୍କ କାର୍ଯ୍ୟାଳୟକୁ ଯିବାରୁ ସେ ବହୁ ହଇରାଣ କରିବା ସହ ଗାଡି ଛାଡିବା ସକାସେ ୩୦ ହଜାର ଟଙ୍କା ଦାବୀ କରିଥିଲେ ରାଜୁ ନାଗଙ୍କୁ । ତେବେ ବାଧ୍ୟ ହୋଇ ରାଜୁ ନାଗ ଅନ୍ୟ ଉପାୟ ନ ପାଇ ୧୦ ହଜାର ଟଙ୍କାରେ କଥା ଛିଡେଇ ଥିଲେ । ତେବେ ଫରେଷ୍ଟରଙ୍କୁ ଟଙ୍କା ଦେବା ପୂର୍ବରୁ ରାଉରକେଲା ସ୍ଥିତ ଭିଜଲେନସ ଏସପିଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିବାରୁ ନୂତନ ଭିଜିଲେନ୍ସ ଏସପି ଭାବେ ଯୋଗ ଦେଇଥିବା ସୁବା ସୁବାଷ ଚନ୍ଦ୍ର ସ୍ବାଇଁଙ୍କ ନିର୍ଦ୍ଦେଶରେ ଏକ ଦଳ ଗଠନ କରି ଆଜି ଗାଡି ମାଲିକ ଫରେଷ୍ଟରଙ୍କୁ ଟଙ୍କା ଦେଲାବେଳେ ଭିଜଲେନ୍ସ ମାଡି ବସି ଟଙ୍କା ଜବତ କରିବା ସହ ଫରେଷ୍ଟରଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଗିରଫ କରିଥିଲେ । ଆଜିର ଚଢାଉ ଦଳରେ ଭିଜଲେନ୍ସ ଡିଏସପି ବି କେ ନାଏକଙ୍କ ସମେତ ଭିଜଲେନସ ଅଧିକାରୀ ଏସ ଏସ ପୂଜାରୀ , ପି କେ ଆଇନ୍ଦ , ଅଭୟ ପ୍ରଧାନ , ଜେ ପି ପଟେଲ ଓ ସହକର୍ମୀଗଣ ସାମିଲ ଥିଲେ । ଫରେଷ୍ଟର ବାଙ୍କିଙ୍କ ନିଜଘର ଓ ଶ୍ବଶୁର ସୁନ୍ଦରଗଡ ଟାଉନ ଓ କେନ୍ଦୁଆପଡାରେ ଚଢାଉ ଚାଲିଛି ଯାହାର ସଂପୂର୍ଣ୍ଣ ତଥ୍ୟ ଆସନ୍ତା କାଲି ଜଣାପଡିବ । ବାଙ୍କି ଫରେଷ୍ଟର ବିଜୟ କୁମାର କୋଠିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here