ବଣାଇ ଉପଖଣ୍ଡରେ ବାରମ୍ବାର ହାତୀ ମୃତ୍ୟୁ ଘଟୁଛି , ପୁନଶ୍ଚ ଏକ ଦନ୍ତା ହାତୀର ମୃତ୍ୟୁ କାରଣ ଅସ୍ପଷ୍ଟ :

ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ତାମଡା ବନ ରେଞ୍ଜ ଅନ୍ତର୍ଗତ ସଲଡେଗା ଖସଡା ଫରେଷ୍ଟର ସଲଡେଗା ଗ୍ରାମ୍ୟ ଜଙ୍ଗଲରେ ଏକ ୫୫/୬୦ ବର୍ଷର ଦନ୍ତା ହାତୀ ମରି ପଡିଥିବାର ଦେଖାଯାଇଥିଲା । ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ବେଳେ ଜଙ୍ଗଲୀ ହାତୀ ଦଳ ଘେରି ରହିଥିଲେ ସେହି ହାତୀଙ୍କୁ । ତେବେ ସେମାନେ ବୃଦ୍ଧ ହାତୀର ମୃତ୍ୟୁ ହୋଇ ଯାଇଥିବା ନେଇ ଅନୁଭବ କରିବା ପରେ ଉକ୍ତ ମୃତ ବୃଦ୍ଧ ହାତୀକୁ ଛାଡି ପଳାଇଥିଲେ । ବନ ବିଭାଗର ବରିଷ୍ଠ ଅଧିକାରୀ ସହକର୍ମୀ , ଡାକ୍ତର ଓ ଅନ୍ୟ ଅଧିକାରୀଗଣ ପହଞ୍ଚି ଶବ ବ୍ୟବଛେଦ କରିଥିଲେ । ତେବେ ଉପଖଣ୍ଡ ଅଞ୍ଚଳରେ ମାସକ ଭିତରେ ୫ ଟି ହାତୀ ମୃତ୍ୟୁ ବରଣ କରିଥିବା ବେଳେ । ସମସ୍ତ ହାତୀର ମୃତ୍ୟୁର କାରଣ ଲୁଚି ଯାଉଛି ଲୋକ ଲୋଚନକୁ ଆସି ପାରୁନାହିଁ । ଏହି ବୃଦ୍ଧ ମୃତ ଦନ୍ତା ହାତୀ ବିଷୟରେ ବନ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଲେ ଯେ ଜଙ୍ଗଲୀ ହାତୀ ଦଳ ସହିତ ଏହି ବୃଦ୍ଧ ହାତୀଟି ଖସଡା ଜଙ୍ଗଲରେ ବୁଲୁ ଥିବା ବେଳେ ବୟସ୍କ ହେତୁ ଗୋଟିଏ ଗାଢାରେ ଗୋଡ ପଡିଯିବାରୁ ସେ ସେଠାରେ ପଡି ରହି ସ୍ବାଭାବିକ ମୃତ୍ୟୁ ବରଣ କରିଛି । ଏହି କଥାଟି ଛୋଟ ଛୁଆଙ୍କୁ ଚକୋଲେଟ ଦେଲା ଭଳି ଲାଗୁଛି । ବନ ବିଭାଗର ଅଧିକାରୀ ଓ କର୍ମଚାରୀ ନିଜ ଦାୟୀତ୍ବରୁ ଓହରି ଯାଇ ପ୍ରକୃତ କାର୍ଯ୍ୟ ଉପରେ କୌଣସି ଧ୍ୟାନ ନ ଦେଇ ନା ନା ବାୟା ଗପ ଗପୁଛନ୍ତି । ତେବେ ରାଜ୍ୟ ସ୍ଥରୀୟ ବରିଷ୍ଠ ପଦାଧିକାରୀ ଏହା ଉପରେ ବିଶେଷ ଧ୍ୟାନ ନ ଦେଲେ ଆଗକୁ ଏଭଳି କେତେ ହାତୀ ମୃତ୍ୟୁ ବରଣ କରିବା ପରେ ବନ ବିଭାଗ ଜନସାଧାରଣଙ୍କୁ ଭୁଆଁ ବୁଲାଉ ଥିବେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here