ରାଉରକେଲା ମହାନଗର ନିଗମ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ପାଳିତ :

ଗୋଷ୍ଠୀ ଶୌଚାଳୟର ପରିଚାଳନା ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ଏମ୍.ଓ.ୟୁ ସ୍ୱାକ୍ଷରଶୌଚାଳୟର ସଫେଇ ନିମନ୍ତେ ୱାଟର ଜେଟିଂ ମେସିନ୍ ପ୍ରଦାନ ।ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ନିଗମ କାର୍ଯ୍ୟାଳୟରେ ଆୟୋଜିତ ଏକ ନିରାଡାମ୍ବର କାର୍ଯ୍ୟକ୍ରମରେ ଯୋଗଦେଇ କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ସାଧାରଣ ଜୀବନରେ ଶୌଚାଳୟ ବ୍ୟବହାରର ଗୁରୁତ୍ୱ ଏବଂ ସ୍ୱାସ୍ଥ୍ୟ ତଥା ସୁପରିମଳ ବ୍ୟବସ୍ଥା ବଜାୟ ରଖିବା ଲାଗି ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ସାରା ବିଶ୍ୱରେ ପରିମଳ ବ୍ୟବସ୍ଥା ପରିଚାଳନା ଦିଗରେ ମହିଳା ବା ମାଆ ମାନଙ୍କ ଏକ ବିଶେଷ ଅବଦାନ ରହିଛି। ତେଣୁ ଓଡ଼ିଶା ସରକାର, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ମହିଳା ସଶକ୍ତିକରଣ ସାଙ୍ଗକୁ ସେମାନଙ୍କୁ ପରିମଳ ବ୍ୟବସ୍ଥା ସଜାଡିବା ଏବଂ ତାହାର ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ନେଇଥିବା ପଦକ୍ଷେପ ନିଶ୍ଚିତ ଭାବେ ଯୁଗାନ୍ତକାରୀ ବୋଲି କହିଥିଲେ। ସେହିପରି ଡେପୁଟି କମିଶନର ଶ୍ରୀ ସୁଧାଂଶୁ କୁମାର ଭୋଇ କହିଥିଲେଯେ, ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ପର୍ଯ୍ୟାପ୍ତ ପରିମାଣର ଶୌଚାଳୟ ନିର୍ମାଣ କରାଯାଇଛି। ମହାନଗର ନିଗମ ପକ୍ଷରୁ ବିଭିନ୍ନ ଶୌଚାଳୟରେ ଫାଷ୍ଟ୍ ଏଡ୍ କିଟ୍, ହ୍ୟାଣ୍ଡ୍ ଡ୍ରାଏର୍ ଏବଂ ମହିଳା ମାନଙ୍କ ପାଇଁ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ ଲଗାଯାଇଛି। ଜନସାଧାରଣଙ୍କ ସୁବିଧା ଲାଗି ମହାନଗର ନିଗମ ପକ୍ଷରୁ ଏହିପରି ଅତ୍ୟାଧୁନିକ ସେବା ବିଭିନ୍ନ ଶୌଚଳୟ ମାନଙ୍କରେ କରାଯାଇଛି ବୋଲି ସେ କହିଥିଲେ। ମହାନଗର ନିଗମର ଅନ୍ୟ ଦୁଇ ଡେପୁଟି କମିଶନର ଡକ୍ଟର ଗୌରବମୟ ପ୍ରଧାନ ଓ ଶ୍ରୀମତି ସୀତାଦେବୀ ମାଝି ନିଜ ବକ୍ତବ୍ୟରେ କହିଥିଲେଯେ, ମହିଳା ମାନେ ସ୍ୱଚ୍ଛତା ଦିଗରେ ବେଶ ଯତ୍ନବାନ। ଏହା ସେମାନଙ୍କ ଜନ୍ମଜାତ ଗୁଣ। ତେଣୁ ସେମାନଙ୍କୁ ଏବେ ରାଉରକେଲା ମହାନଗର ନିଗମ ପକ୍ଷରୁ ଗୋଷ୍ଠୀ ଶୌଚାଳୟ ପରିଚାଳନା ଦାୟିତ୍ୱ ଦିଆଯାଇଥିବାରୁ ନିଶ୍ଚିତ ଭାବେ ସ୍ୱଚ୍ଛତା ସାଙ୍ଗକୁ ଜନ ସଚେତନତା ଦିଗରେ ସଫଳତା ମିଳିବ। ବାହାରେ ଶୌଚ କରିବା ଏକ ସାମାଜିକ ବ୍ୟାଧି ଏବଂ ପରିବେଶ ପାଇଁ ମଧ୍ୟ କ୍ଷତିକାରକ। ତେଣୁ ପରିମଳ ବ୍ୟବସ୍ଥା ପରିଚାଳନା ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ତଥା ଅନୁଷ୍ଠାନ ଲୋକଙ୍କୁ ଏ ଦିଗରେ ନିରନ୍ତର ଭାବେ ସଚେତନ କରାଇବାକୁ ସେ ଆହ୍ୱାନ ଦେଇଥିଲେ। ସେହିପରି ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶିଲ କୁମାର ପରିଡ଼ା କହିଥିଲେଯେ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ଶୌଚାଳୟ ପରିଚାଳନା ଦାୟିତ୍ୱ ଦିଆଯିବା ନିଷ୍ପତ୍ତି ନିଶ୍ଚିତ ଭାବେ ଯୁଗାନ୍ତକାରୀ। କିନ୍ତୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ମଧ୍ୟ। ତେଣୁ ସେମାନେ ସଠିକ ଭାବେ ନିଜ କାର୍ଯ୍ୟ ସଂପାଦନ କଲେ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ହୋଇପାରିବ। ଏହି ଅବସରରେ ଆଜି ସହରର ୩୬ଟି ଗୋଷ୍ଠୀ ଶୌଚାଳୟର ପରିଚାଳନା ନିମନ୍ତେ ୩୬ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କ ସହ ଏମ୍ . ଓ. ୟୁ ସ୍ୱାକ୍ଷର କରାଯାଇଥିଲା। ଗତ ସ୍ୱାୟତ୍ତଶାସନ ଦିବସରେ ଏମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଆଜି ଏମ୍.ଓ.ୟୁ ସ୍ୱାକ୍ଷର କରାଯାଇଛି। ସେହିପରି ଆଜି ପ୍ରଥମ ପର୍ଯ୍ୟାୟରେ ୬ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଶୌଚାଳୟ ସଫେଇ ନିମନ୍ତେ ଅତ୍ୟାଧୁନିକ ୱାଟର ଜେଟିଂ ମେସିନ ପ୍ରଦାନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ୬ ଗୋଟି ଗୋଷ୍ଠୀ ଶୌଚଳୟର ପରିଚାଳନା ଦାୟିତ୍ୱ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଥିଲା ଏବଂ ସେମାନେ ଗତ ୨ ବର୍ଷ ହେଲା ଶୌଚାଳୟ ଗୁଡିକର ସୁପରିଚାଳନା କରି ଆସୁଛନ୍ତି।ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here