କୋରାପୁଟ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ହେଲେ ନିଲମ୍ବିତ।

ଜୟପୁର :  ନିଜ ପଦବୀର ଦୂରୁପଯୋଗ କରି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ କୋରାପୁଟ ଜିଲ୍ଲା ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର। ତାଙ୍କୁ ଏ ପ୍ରସଙ୍ଗରେ ଜିଲ୍ଲାପାଳ ଚାକିରି ରୁ ନିଲମ୍ବନ କରିଛନ୍ତି। ଅପରପକ୍ଷରେ ଜିଲ୍ଲାପାଳ ନନ୍ଦପୁର ବିଡିଓଙ୍କୁ ଆଇସିଡିଏସ ର ଅର୍ଥ ଉଠାଣ କ୍ଷମତା ଦେଇଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୁପରଭାଇଜର ମୋନାଲିସା ଖେମୁଣ୍ଡୁଙ୍କୁ ନନ୍ଦପୁର ସିଡିପିଓ ଦାୟିତ୍ବ ଦେଇଛନ୍ତି। ଉଭୟ ଅଧିକାରୀ ନିଜ ଦାୟିତ୍ଵ ତୁଲାଇବା ସହ ଏହି ଅତିରିକ୍ତ ଦାୟିତ୍ୱ ମଧ୍ୟ ସମ୍ପାଦନା କରିବେ। ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ଅକ୍ଟୋବର ୧୮ ତାରିଖ ଦିନ ଗିରଫ ହୋଇ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ ହେପାଜତକୁ ନିଆଯାଇଥିଲା। ଜିଲ୍ଲାପାଳଙ୍କ ନିଲମ୍ବନ ଆଦେଶ ସେହି ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବେ ଏବଂ ତାଙ୍କୁ ନ ଜଣାଇ ମୁଖ୍ୟାଳୟ ଛାଡି କେଉଁ ଆଡେ ଯାଇ ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here