ପାଠପଢା ସହ ପରୀକ୍ଷା ବି ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର : ୟୁଜିସି ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ସଂକ୍ରାନ୍ତ ଗାଇଡ୍‌ଲାଇନ୍‌ ଆସିବା ପରେ ରାଜ୍ୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ତତ୍ପରତା ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଥିବାବେଳେ ପାଠପଢା ଓ ପରୀକ୍ଷାକୁ ନେଇ ଏବେବି ଦ୍ୱନ୍ଦ୍ୱରେ ରହିଛନ୍ତି ଛାତ୍ରୀଛାତ୍ର ।ପାଠପଢା ସହ ପରୀକ୍ଷା ବି ହେବ। ତେଣୁ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। କ୍ଲାସରୁମ୍‌ ପାଢପଢା ହେଉ ନ ଥିଲେ ବି ସମୟ ନଷ୍ଟ ନ କରି ଯଥାସମ୍ଭବ ପାଠବହି ସହ ଅନ୍ୟାନ୍ୟ ବହି ପଢିବାକୁ ସେ ପରାମର୍ଶ ଦେଇଛନ୍ତି।

ଏଭଳି ପରିସ୍ଥିତିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଛାତ୍ରୀଛାତ୍ରଙ୍କୁ ଦ୍ୱନ୍ଦ୍ୱରେ ନ ରହିବାକୁ ପରାମର୍ଶ ଦେଇଛନ୍ତି ଏବଂ କହିଛନ୍ତି, କରୋନା ସଂକ୍ରମଣ ଯୋଗୁ ଚଳିତ ଶିକ୍ଷାବର୍ଷ ପ୍ରଭାବିତ ହୋଇଛି। ଗତ ସେମିଷ୍ଟର ପରୀକ୍ଷା ବିଳମ୍ବରେ ହୋଇଛି। ଏସବୁ ସତ୍ତ୍ୱେ ଠିକ୍‌ ସମୟରେ ୟୁଜି ଓ ପିଜି ପରୀକ୍ଷା ଫଳ ପ୍ରକାଶ ପାଇଛି। ନୂଆ ଆଡ୍‌ମିଶନ ପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ ହୋଇଛି। ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ପିଜି ପାଠ୍ୟକ୍ରମରେ ନାମଲେଖା ଅନୁଷ୍ଠିତ ହେବ। ପାଠପଢା ସହ ପରୀକ୍ଷା ବି ହେବ। ତେଣୁ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। କ୍ଲାସରୁମ୍‌ ପାଢପଢା ହେଉ ନ ଥିଲେ ବି ସମୟ ନଷ୍ଟ ନ କରି ଯଥାସମ୍ଭବ ପାଠବହି ସହ ଅନ୍ୟାନ୍ୟ ବହି ପଢିବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ କମୁଛି। କେବେ ଶିକ୍ଷାନୁଷ୍ଠାନ ଖୋଲିବ ସେନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି। ରାଜ୍ୟ ସରକାରଙ୍କ ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ଲାଗି ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିଲେ ମଧ୍ୟ ପାଠ୍ୟକ୍ରମ ଶେଷ ହୋଇ ନ ଥିବାରୁ ଚଳିତ ଶିକ୍ଷାବର୍ଷର ସେମିଷ୍ଟର ପରୀକ୍ଷାକୁ ନେଇ ଉଭୟ ଛାତ୍ରୀଛାତ୍ର ଓ ଅଭିଭାବକ ଚିନ୍ତାରେ ଅଛନ୍ତି। ତେଣୁ ଶିକ୍ଷାନୁଷ୍ଠାନ ଖୋଲିବା ପରେ ସିଲାବସ୍‌କୁ କେତେକାଂଶରେ ଶେଷ କରାଯାଇପାରିବ ବୋଲି ଆଶା କରାଯାଉଛି। ତେଣୁ ପାଠପଢା କେବେଠାରୁ ଆରମ୍ଭ ହେବ ଓ ପରୀକ୍ଷା କେବେ ଅନୁଷ୍ଠିତ ହେବ ସେନେଇ ଛାତ୍ରୀଛାତ୍ର ଦ୍ୱନ୍ଦ୍ୱ ଓ ଆଶଙ୍କାରେ ଅଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here