ଭୁବନେଶ୍ବର : ନିମାପଡା ଉଦ୍ୟାନ ବିଭାଗ ଅଧିକାରୀ ରମାକାନ୍ତ ପରିଡା ଜେଲ ଯାଇଛନ୍ତି। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ପନିପରିବା ଉତ୍ପାଦନକୁ ଗଚ୍ଛିତ ରଖିବା ଲାଗି ପ୍ୟାକ ହାଉସ ନିର୍ମାଣ ଲାଗି କୃଷି ବିଭାଗ ପକ୍ଷରୁ ୩ ଲକ୍ଷ ଟଙ୍କାର ଅନୁମତି ମିଳିଛି। ଏଥିରୁ ୫୦ ପ୍ରତିଶତ ଅର୍ଥ ଛାଡ କରାଯାଉଛି। ଝରଣା ସାମନ୍ତରାୟ ନାମ୍ନୀ ଜଣେ ମହିଳାଙ୍କର ପ୍ୟାକ ହାଉସ କରାଇ ଦେବା ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ରମାକାନ୍ତଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରେ ହାଜର କରାଯାଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ସ୍ଥିତ ଘର ଓ ଅଫିସରେ ଚଢାଉ କରାଯାଇଛି।