୨୦୦୮ ମସିହା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କୁ ୧୦ ବର୍ଷ ଜେଲ ଦଣ୍ଡ।

ନୂଆଦିଲ୍ଲୀ : ୨୦୦୮ ମସିହା ମୁମ୍ବାଇ ଆକ୍ରମଣ ଯୋଜନା କରିଥିବା ହାଫିଜଙ୍କୁ ଜାତିସଂଘ ଏବଂ ଯୁକ୍ତରାଷ୍ଟ୍ର ଆମେରିକା  ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରିଛି। ତେବେ ଏ ନେଇ ପାକିସ୍ତାନର ଅଦାଲତ ଦୁଇଟି ଆତଙ୍କବାଦ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଗତ ବର୍ଷ ଜୁଲାଇ ମାସରେ ହାଫିଜଙ୍କୁ ପାକିସ୍ତାନ ରେ ଗିରଫ କରାଯାଇଥିଲା। ଆତଙ୍କବାଦୀ ସଂଗଠନ ଲସ୍କର ଏ ତୈବା ର ସାମ୍ମୁଖ୍ୟ ସଙ୍ଗଠନ ଜମାତ ଉଦ୍ ଦାୱା ର ମୁଖ୍ୟ ହାଫିଜ ସଇଦ ଓ ତାଙ୍କର କେତେକ ସହଯୋଗୀଙ୍କୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ୧୧ ବର୍ଷ ଜେଲ ଦଣ୍ଡଦେଶା ହୋଇଥିଲା। ଆଜି ପାକିସ୍ତାନ ଅଦାଲତର ଜଣେ କର୍ମଚାରୀ କହିଛନ୍ତି ଯେ ଜମାତ ଉଦ୍ ଦାୱା ମୁଖ୍ୟ ହାଫିଜ ସଇଦଙ୍କ ସମେତ ୪ ଜଣ ନେତାଙ୍କୁ ଦଣ୍ଡାଦେଶ ଦେଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here