ଝାରସୁଗୁଡ଼ା ରେ ଛଟ ପୂଜା ନିମନ୍ତେ ସମସ୍ତ ପୋଖରୀ ଓ ଜଳାଶୟ ତୁଠରେ ଜାରି ହେଲା ୧୪୪ ଧାରା।

ଝାରସୁଗୁଡ଼ା : କରୋନା କଟକଣା ଯୋଗୁଁ ସମସ୍ତ ପର୍ବ ପର୍ବାଣୀ ଫିକା ପଡିଛି। ପାର୍ବଣ ଋତୁ ଖାଁ ଖାଁ ରେ ବିତୁଛି। ଝାରସୁଗୁଡ଼ା ରେ ଥିବା ବିହାରୀ ସମ୍ପ୍ରଦାୟର ପର୍ବ ଛଟ୍ ପୂଜା ଆରମ୍ଭ ହୋଇଛି। ଏହି ପୂଜାରେ ସାମୂହିକ ଭାବେ ଗାଧୋଇବା ଓ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ନୀତି ଓ ନିୟମ ରହିଛି। ଚଳିତ ବର୍ଷ କିଛି ଶ୍ରଦ୍ଧାଳୁ ଆଜି ଅପରାହ୍ନରେ ଅସ୍ତମିତ ସୂର୍ଯ୍ୟଙ୍କ ଅର୍ଘ୍ୟ ପ୍ରଦାନ ଓ ଆସନ୍ତା କାଲି ସକାଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ବ୍ରତ ସମାପନ କରୁଥିବା ସମୟରେ ଅଧିକ ବ୍ରତଧାରୀ ଆସନ୍ତା କାଲି ସଂଧ୍ୟାରେ ଅସ୍ଥମିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ୨୧ ତାରିଖ ସକାଳେ ବ୍ରତ ସମ୍ପନ କରିବେ। କରୋନା ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ପୂଜା ପାଇଁ ସାମୂହିକ ଭାବେ ପୋଖରୀ, ନଦୀ, ନାଳ ଆଦିକୁ ବ୍ୟବହାର ନ କରିବା ପାଇଁ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି। ଏଥିପାଇଁ ଉପଜିଲ୍ଲାପାଳ ଶିବ ଟପୋ ୧୪୪ ଧାରା ଲାଗୁ କରିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here