କୋଭିଡ ଯୋଦ୍ଧାଙ୍କ ପିଲାଙ୍କ ପାଇଁ ଏମବିବିଏସରେ ୫ଟି ସିଟ ସଂରକ୍ଷଣ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଯାଇ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ପ୍ରତ୍ୟେକ କୋଭିଡ ଯୋଦ୍ଧାଙ୍କ ପିଲାଙ୍କ ପାଇଁ ଏମବିବିଏସରେ ୫ଟି ସିଟ ସଂରକ୍ଷଣ ରହିବ। ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି। 

ହର୍ଷବର୍ଦ୍ଧନ କହିଛନ୍ତି ଯେ, ଆଶା କର୍ମୀ, ନର୍ସ ଓ ଡାକ୍ତରମାନଙ୍କ ପିଲାଙ୍କ ପାଇଁ ବ୍ୟାଚଲର ଅଫ ମେଡିସିନ ଓ ବ୍ୟାଚଲର ଅଫ ସର୍ଜରୀ ବା ଏମବିବିଏସରେ ୫ଟି ସିଟ ସଂରକ୍ଷିତ ରଖାଯିବ। ଯାହାକି କେନ୍ଦ୍ରୀୟ କୋଟାରୁ ସଂରକ୍ଷିତ କରାଯାଇଛି। ମେରିଟ ଆଧାରରେ ସେମାନଙ୍କ ନାମାଙ୍କନ କରାଯିବ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର କେନ୍ଦ୍ରୀୟ ପୋଲ ଏମବିବିଏସ କିମ୍ବା ବିଡିଏସ ସିଟ ପାଇଁ ୨୦୨୦-୨୦୨୧ ଶିକ୍ଷାବର୍ଷରେ ଏହି ନିୟମ ଲାଗୁ କରାଯିବ। ତେବେ କୋଭିଡ ଯୋଦ୍ଧାଙ୍କ ପାଇଁ ଏଭଳି ଘୋଷଣା କରିବା ସମୟରେ କୋଭିଡ ଯୋଦ୍ଧାଙ୍କ କାର୍ଯ୍ଯର ମଧ୍ୟ ପ୍ରଂଶସା କରିଛନ୍ତି।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here