ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କଲେ ଓବାମା, ଭାରତ ପାଇଁ ଆକର୍ଷଣ ପଛରେ ଗାନ୍ଧୀଜୀ

ନୂଆଦିଲ୍ଲୀ : ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମା କହିଛନ୍ତି ଯେ ଭାରତ ପ୍ରତି ତାଙ୍କର ଆକର୍ଷଣ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କାର୍ଯ୍ୟଧାରା ଦ୍ବାରା ପ୍ରଭାବିତ। ଗାନ୍ଧୀଜୀଙ୍କ ଅହିଂସା ଆନ୍ଦୋଳନକୁ ଓବାମା ପ୍ରଶଂସା କରିଥିବା ବେଳେ ଧର୍ମ ଆଧାରରେ ଦେଶର ବିଭାଜନକୁ ରୋକିବା ପାଇଁ ସେ ଅସଫଳ ରହିଥିଲେ ବୋଲି କହିଛନ୍ତି। ଏହି କଥା ଓବାମା ତାଙ୍କର ଜୀବନୀ ପୁସ୍ତକ ‘ଦ ପ୍ରୋମିଜ୍‌ଡ ଲ୍ୟାଣ୍ଡ୍‌’ରେ ଲେଖିଛନ୍ତି।

ଓବାମା ଆମେରିକା‌ର ରାଷ୍ଟ୍ରପତି ହେବା ପରେ ସେ ପ୍ରଥମ ଭାରତ ଗସ୍ତରେ ଆସି ମୁମ୍ବାଇ ଯାଇଥିଲେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ। ସେଠାରେ ମଣି ଭବନକୁ ଯାଇ ଗାନ୍ଧୀଜୀ ରହୁଥିବା ପ୍ରକୋଷ୍ଠ ପରିଦର୍ଶନ କରିଥିଲେ। ଓବାମା ଲେଖିଛନ୍ତି, ଆଫ୍ରିକାରେ ରହି ଆସିଥିବା ଜାତିବାଦ ବିରୋଧରେ ସ୍ବର ଉତ୍ତୋଳନ କରି ଗାନ୍ଧୀ ସଫଳ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ସହ ମୁହାଁମୁହିଁ କଥା ହେବା ପାଇଁ ତାଙ୍କର ଇଚ୍ଛା ହେଉଥିଲା। ଗାନ୍ଧୀ ବଞ୍ଚିଥିଲେ ସେ ତାଙ୍କୁ ପଚାରିଥାନ୍ତେ, କମ୍‌ ସମୟ ମଧ୍ୟରେ ବୃହତ୍‌ ଶକ୍ତି ଓ କଳ୍ପନାକୁ କିପରି ସାକାର କରାଯାଇ ପାରିବ। ସେ ପଚାରିଥାନ୍ତେ ନିରାଶ ଓ ହାତାଶ‌ା ମଧ୍ୟରେ ଗାନ୍ଧୀ କିଭଳି ଆଶାର ଆଲୋକ ଖୋଜି ପାଉଥିଲେ। ଭାରତ ସମେତ ସମଗ୍ର ବିଶ୍ବ ପାଇଁ ଗାନ୍ଧୀଜୀଙ୍କ ଉପସ୍ଥିତି ଅନୁଭବ କରି ହେଉଛି ବୋଲି ଓବାମା ତାଙ୍କ ପୁସ୍ତକରେ କହିଛନ୍ତି। ଓବାମା ଭାରତ ଗସ୍ତରେ ଆସିଥିବା ବେଳେ ମଣିଭବନର ଗେଷ୍ଟ ବୁକ୍‌ ଦେଖି ଖୁସି ହୋଇଯାଇଥିଲେ। ୧୯୫୯ ମସିହାରେ ମାର୍ଟିନ୍‌ ଲୁଥର କିଙ୍ଗ୍‌ ଜୁନିୟର ମଣିଭବନ ପରିଦର୍ଶନ କରିଥିଲେ ଏବଂ ଗେଷ୍ଟବୁକ୍‌ରେ ତାଙ୍କର ସ୍ବାକ୍ଷର ରହିଛି। ଆମେରିକାରେ ରଙ୍ଗଭେଦକୁ ନେଇ ବିବାଦ ଚାଲିଥିବା ବେଳେ ସେ ବିଶ୍ବ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ଭାରତ ଗସ୍ତରେ ଆସିଥିଲେ। ଓବାମା ତାଙ୍କ ପୁସ୍ତକରେ ଲେଖିଛନ୍ତି, ତାଙ୍କ ଜୀବନରେ ଚାରି ଜଣଙ୍କ ପ୍ରେରଣା ସବୁଠାରୁ ମହତ୍ବପୂର୍ଣ୍ଣ ଥିଲା। ସେମାନେ ହେଲେ ଲିଙ୍କନ୍‌, ଗାନ୍ଧୀ, କିଙ୍ଗ୍‌ ଏବଂ ମାଣ୍ଡେଲା। ଏମାନଙ୍କ ମଧ୍ୟରେ ଗାନ୍ଧୀ ହିଁ ସର୍ବାଗ୍ରେ ରହିଛନ୍ତି ବୋଲି ଥିଲେ ବୋଲି ଓବାମା କହିଛନ୍ତି।

Courtesy: sambad

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here