ବୀରମିତ୍ରପୁର ଥାନା ହାଜତ ଭିତରେ ଯୁବକର ମୃତ୍ୟୁକୁ ନେଇ ଅଭିଯୋଗ :

ବୀରମିତ୍ରପୁର: ବିଜାବାହାଲର କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କ ଅପହରଣ ମାମଲରେ ସନ୍ଦେହ କରି ବୀରମିତ୍ରପୁର କରବଲା ରୋଡର ଯୁବକ ତାରିକ ସଲିମଙ୍କୁ ଝାରଖଣ୍ଡ ରାଜ୍ୟ ସିମଡେଗାରୁ ଗତକାଲି ବିଳମ୍ବିତ ରାତିରେ ପଚରା ଉଚରା ପାଇଁ ଧରି ଆଣି ବୀରମିତ୍ରପୁର ଥାନାରେ ରଖିଥିଲେ ଓ ତଦନ୍ତ ଜାରି ରହିଥିଲା l ସକାଳୁ ଉକ୍ତ ଯୁବକର ମୃତ୍ଯ ଖବର ପାଇ ପରିବାର ଲୋକେ ଥାନା ହାଜତ ଭିତରେ ମାରି ଦିଆ ଯାଇଥିବା ନେଇ ଅଭିଯୋଗ କରୁଥିବା ବେଳେ ସୁନ୍ଦରଗଡ଼ ଏସ୍ ପି ସାଗରିକା ନାଥ କହିଛନ୍ତି ଯେ ଉକ୍ତ ଯୁବକ ମୃତ୍ୟୁ ଚିକିତ୍ସାଳୟରେ ହୋଇଛି I ତାରିକ୍ ସଲିମ ଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକଙ୍କ ସହ ମୁସଲିମ ସମୁଦାୟର ସମସ୍ତ ଲୋକ ଜମା ହୋଇ ଉକ୍ତ ଘଟଣା ର ଘୋର ବିରୋଧ କରିବା ସହ ଦୋଷୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ l ଏହି ଘଟଣାକୁ ନେଇ ପୋଲିଶ ଓ ପବ୍ଲିକ ମଧ୍ୟରେ କଥା କଟାକଟି ସହ ଧସ୍ତାଧସ୍ତି ହୋଇଥିଲା l ଏହି ଘଟଣା କୁ ନେଇ ବୀରମିତ୍ରପୁର ଥାନାରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଙ୍କ ଉପସ୍ଥିତିରେ ସୁନ୍ଦରଗଡ଼ ଏସ୍ ପି ଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ପୋଲିଶ ଅଧିକାରୀ ଓ ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ନେଇ ଏକ ବୈଠକ ବସିଥିଲା l ବୀରମିତ୍ରପୁର ଥାନାରେ ଏକ ଦଳ ସହ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍ ଓ ସୁନ୍ଦରଗଡ଼ ଏସ୍ ପି ସାଗରିକା ନାଥ ଆଲୋଚନା କରିଥିଲେ l ଏସ୍ ପି ମତବ୍ୟକ୍ତ କରିଥିଲେ ଯେ ନ୍ୟାସନାଲ୍ ହ୍ୟୁମ୍ୟାନ୍ ରାଇଟସ୍ କମିଶନ ଗାଇଡ୍ ଲାଇନ୍ ଅନୁସାରେ ତଦନ୍ତ ହେବ । ଦୁଇ ଡାକ୍ତରୀ ଟିମ୍ ପୋଷ୍ଟମାର୍ଟମ କରିବେ । ଭିଡିଓ ଗ୍ରାଫି ହେବ ଓ ଏହି ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ ପି ସାଗରିକା ନାଥ କହିଛନ୍ତି I

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here