ମୋ ଧାମ ମୋ ଗର୍ବ ଟିମର ବିଭିନ୍ନ ସ୍ଥାନ ପରିଦର୍ଶନ, ବିକାଶମୂଳକ କାର୍ଯ୍ୟର ସମୀକ୍ଷା, ସାହି ବାସିନ୍ଦାମାନଙ୍କ ସହ ଆଲୋଚନା : ପୁ୍ରୀ

ପୁ୍ରୀ- ତା. ୧୮.୧୧.୨୦୨୦- ମୋ ଧାମ ମୋ ଗର୍ବ ଟିମ ଆଜି ଇନ୍ଦ୍ରଦୁମ୍ନ ପୁଷ୍କରିଣୀ ଓ ଏହାର ଚାରିପାଖ ବୁଲି ଦେଖିବା ସହ ଉନ୍ନତିକରଣ କରିବା ନିମନ୍ତେ ସାହି ବାସିନ୍ଦା ମାନଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ଜିଲ୍ଲପାଳ ଶ୍ରୀ ବଲୱନ୍ତ ସିଂଙ୍କ ନେତୃତ୍ବରେ ଜିଲ୍ଲାପ୍ରଶାସନ, ପୌର ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରମୁଖ  ଅଧିକାରୀ ମାନେ ସାମିଲ ଥିଲେ । ସ୍ଥାନୀୟ ସାହି ନେତୃବୃନ୍ଦ ମାନଙ୍କ ସହ ଆଲୋଚନା ପରେ ସେମାନଙ୍କ ମତାମତକୁ ନେଇ ଶ୍ରାଦ୍ଧ ଓ ପିଣ୍ଡଦାନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପୂର୍ତ୍ତବିଭାଗ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗାଧୁଆ ତୁଠ, ପାହାଚ ଓ ପାଚେରୀ ମରାମତି କାମ, ଶୌଚାଳୟ ନିର୍ମାଣ ଓ ପୋଖରୀ ସଫା କାର୍ଯ୍ୟ ଆସନ୍ତା ୧୫ ଦିନ ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ମାଟିଆପଡା ଓ ଟିକରପଡା ଅଞ୍ଚଳ ପରିଦର୍ଶନ କରି ସଫେଇ ଅଭିଯାନ ସଂପର୍କରେ ଏହି ଟିମ ମତାମତ ଲୋଡିଛନ୍ତି । ଆସନ୍ତା ସପ୍ତାହକ ମଧ୍ୟରେ ଡ୍ରେନ ମରାମତି କାମ ଶେଷ ହେବ । ଏହି ଟିମରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାତଃ ସମୟରେ ଜିଲ୍ଲପାଳ ଗଦାଧର ହାଇସ୍କୁଲ ଓ ମୋଚିସାହିସ୍ଥିତ ଗାଡିଖାନା ପରିସରରେ ସ୍ବଚ୍ଛ ସୈନିକ ମାନଙ୍କ ପ୍ରାର୍ଥନା ସଭାରେ ଯୋଗ ଦେବାସହ ସେମାନଙ୍କୁ ସ୍ବଚ୍ଛତାର ଶପଥପାଠ କରାଇଥିଲେ । ଅଳିଆକୁ ପୁରୀର ପବିତ୍ର ମାଟିକୁ ସ୍ପର୍ଶ ନକରିବାକୁ ଦେବା ନିମନ୍ତେ କାମ କରିବାକୁ ପରାମର୍ଶ ଦେଇଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here