ରୋଷେଇ ବେଳେ ଲାଗିଲା ନିଆଁ, ମହିଳା ଗୁରୁତର : ରାଉରକେଲା

ରାଉରକେଲା: ରୋଷେଇ କରୁଥିବା ବେଳେ ଜଣେ ମହିଳା କଁ ଦେହରେ ନିଆଁ ଲାଗିଯାଇଛି। ଫଳରେ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଭଳି ଘଟନା ଆଜି ରାତି ପ୍ରାୟ ସାଢେ ଆଠଟା ବେଳେ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡି କେବିନ୍ ଅଞ୍ଚଳରେ ଘଟିଛି।

ଉକ୍ତ ଅଞ୍ଚଳର ସାବିତ୍ରୀ ଜେନା ଘରେ ଏକୁଟିଆ ରୋଷେଇ କରୁଥିଲେ। ଅସାବଧାନତା ଯୋଗୁଁ ତାଙ୍କ ବସ୍ତ୍ର ରେ ନିଆଁ ଲାଗି ଯାଇଥିଲା। ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସାବିତ୍ରୀଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନା କୁ ଚିକିତ୍ସା ଲାଗି ପଠାଇ ଥିଲା।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here