ମୋବାଇଲ ଚୋରୀ ଅଭିଯୋଗରେ ୨ ଗିରଫ , ୬ ମୋବାଇଲ ଜବତ : ରାଉରକେଲା

ରାଉରକେଲା: ରାଉରକେଲା ସ୍ଥିତ ବିଭିନ୍ନ ଅଞ୍ଚଳରେ ମାତିଛନ୍ତି ଦାମୀକା ମୋବାଇଲ ଚୋର । ଏଭଳି ଅନେକ ଅଭିଯୋଗ ପ୍ଲାଣ୍ଟସାଇଟ ଥାନାରେ ଲଗାତାର ଜମା ହେବା ପରେ ଏହି ମୋବାଇଲ ଚୋରଙ୍କୁ ଧରିବା ସକାସେ ଯୋଜନା କରି ତଦନ୍ତ ଆରମ୍ଭ କରିଥିଲେ । ଏହି ମାମଲାରେ ସଂପୃକ୍ତ ଥିବା ଦୁଇ ଜଣ ମୋବାଇଲ ଚୋରଙ୍କୁ ଗିରଫ କରିବା ପରେ ସେବାନଙ୍କ ଠାରୁ ୬ ଟି ଦାମୀକା ମୋବାଇଲ ଜବତ ହୋଇଥିଲା । ଗିରଫ ହୋଇଥିବା ମୋବାଇଲ ଚୋର ଦ୍ବୟ ସଞ୍ଜୟ ପାସଓ୍ବାନ ଓ ମହମ୍ମଦ ଇକବାଲ ବୋଲି ଜଣାପଡିଛି । ପ୍ଲାଣ୍ଟ ସାଇଟ ପୋଲିଶ ଥାନାରେ ଏକ ମାମଲା ରୁଜୁ ହେବା ସହିତ ମୋବାଇଲ ଚୋରୀ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here