ବ୍ରାହ୍ମଣୀ ବ୍ରିଜ କାମକୁ ତଦାରଖ କଲା ବିଜେପି :

ବିରୋଧୀ ଦଳ କୁ ଜବାବ ଦେଲା ବିଜେପି । ବହୁ ଦିନ ଧରି ୨ ୟ ସେତୁ ବ୍ରାହ୍ମଣୀ ବ୍ରିଜ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଥିବା ରୁ ସହରରେ ଥିବା ବିଭିନ୍ନ ଦଳ ପକ୍ଷରୁ ବିଜେପି କୁ ଟାର୍ଗେଟ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ସହର ବାସୀଙ୍କୁ ୨ୟ ବ୍ରାହ୍ମଣୀ ବ୍ରିଜ ଓ  ଆଇଜିଏଚ୍ କୁ ସୁପର ସ୍ପେସାଲିଟି ହସ୍ପିଟାଲ୍ କରିବା କୁ ପ୍ରତିଶ୍ରୁତି ଦେଇ ଥିଲେ । କିନ୍ତୁ ଏହି କାମ ରାଜ୍ୟ ସରକାରଙ୍କ ଜମି ଅଧ୍ୟା କରଣ କାର୍ଯ୍ୟ ରେ ବାଧା ସୃଷ୍ଟି କରିଥିଲା । ଏହି କଥାକୁ ନେଇ ଉକ୍ତ ବ୍ରିଜ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଆଜି ଏହି ବ୍ରିଜ ନିର୍ମାଣ କାର୍ଯ୍ୟ କିଭଳି ଚାଲିଛି ଓ ଯଥା ଶୀଘ୍ର ଏହି ବ୍ରିଜ କିଭଳି ସହର ବାସିଙ୍କ ସାମୁହିକ କାର୍ଯ୍ୟରେ ଆଗାମୀ ଦିନରେ ଲାଗି ପାରିବ ସେ ନେଇ ବିଜେପି ପକ୍ଷରୁ ବ୍ରିଜ କାର୍ଯ୍ୟକୁ ଦଳ ପକ୍ଷରୁ ଯାଞ୍ଚ କରା ଯାଉଛି । ଏଥିସହ ଉକ୍ତ ବ୍ରିଜ ନିର୍ମାଣ ଆସନ୍ତା ଜୁନ ମାସ ସୁଦ୍ଧା ଶେଷ ହେବ ବୋଲି ଦଳ ପକ୍ଷରୁ ରୁ ଦାବି କରା ଯାଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here