ଏଲଏନଟି ସଫେଇ କର୍ମଚାରୀଙ୍କ ଦୌରାତ୍ମ୍ୟ : ସୁନ୍ଦରଗଡ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ଅନ୍ତର୍ଗତ ଯାତ୍ରୀ ପ୍ରତୀକ୍ଷାଳୟ ନୀକଟରେ ଏଲଏନଟିର ମହିଳା ସଫେଇ କର୍ମଚାରୀ ମାନେ ରାସ୍ତା ସଫାକରି କୁଢ କୁଢ ମଇଳା କଂପାନୀ ମଇଳା ଫିଙ୍ଗା ଗାଡିରେ ନେଇ ଅନ୍ୟତ୍ର ଫିଙ୍ଗିବା ପରିବର୍ତ୍ତେ ବସଷ୍ଟେଣ୍ଡ ନିକଟରେ ଥିବା ନାଳରେ ସମସ୍ତ ମଇଳା ଫୋପାଡି ଦେଇ ନାଳାକୁ ସଂପୂର୍ଣ୍ଣ ଭାବେ ଯାମ କରୁଥିବା ଜଣାପଡିଛି । ଯାତ୍ରୀ ପ୍ରତୀକ୍ଷାଳୟ ପାଖରେ ଚିକିତ୍ସାଳୟ  , ବିଦ୍ୟାଳୟ ସାଙ୍ଗକୁ ଅଳ୍ପ ଦୂରରେ ବସ୍ତି ରହିଥିବା ବେଳେ ଡ୍ରେନରେ ପଡୁଥିବା ମଇଳା ଆବର୍ଜନାର ଗନ୍ଧ ଯୋଗୁଁ ଉକ୍ତ ରାସ୍ତା ଦେଇ ଯିବା ଆସିବା କୁଥିବା ଲୋକେ ମୁହଁରେ କପଡା ଦେଇ ଯା ଆସ କରୁଥିବାର ଦେଖାଯାଇଛି । ଏଭଳି ମଇଳା ଆବର୍ଜନା ପଡି ରହିଲେ ଅଜଣା ରୋଗ ବ୍ୟାଧି ଅଞ୍ଚଳରେ ବ୍ୟାପିବା ସହ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ତେବେ ବଡଗାଁ  ବ୍ଲକ ବାସିନ୍ଦା ଏଲଏନଟି କଂପାନୀର ସଫେଇ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ରାସ୍ତା ସଫେଇ ବିଭାଗର ଉଚ୍ଚ ଅଧିକାରୀ ତୁରନ୍ତ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here